Advertisment

ସାନ ଭାଇର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ, ଆତ୍ମହତ୍ୟା କରିଦେଲେ

୧୫ ଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ସାନ ଭାଇର ମୃତ୍ୟୁ ପରେ ମଧୁସୂଦନ ଜେନା ନେଇଛନ୍ତି ଏମିତି ପଦକ୍ଷେପ।

ଅଦ୍ୟତନ ହୋଇଛି
Ambulance

Ambulance

Advertisment

ସାନ ଭାଇର ମୃତ୍ୟୁ ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଚକାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।

Advertisment

ମୃତ ବ୍ୟକ୍ତିଙ୍କ ନାଁ ମଧୁସୂଦନ ଜେନା। ତାଙ୍କୁ ୫୮ ବର୍ଷ ହୋଇଥିଲା। ମାସେ ପୂର୍ବରୁ ତାଙ୍କ ପତ୍ନୀ ଚାଲି ଯାଇଥିଲେ। ତେବେ ୧୫ ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ସାନ ଭାଇଙ୍କର ମୃତ୍ୟୁ ହେବା ପରେ ସେ ଭାଙ୍ଗି ପଡ଼ିଥିଲେ।

ପରିବାର ଚଳାଇବାରେ ତାଙ୍କ ସାନ ଭାଇ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ଭାଇ ହଠାତ୍ ଏମିତି ଚାଲିଯିବା କଥାକୁ ସେ ଗ୍ରହଣ କରିପାରୁ ନଥିଲେ। ସେଥିପାଇଁ ସବୁ ବେଳେ ଦୁଃଖିତ ରହୁଥିବା ମଧୁସୂଦନ ଶନିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିଲେ। ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଶବବ୍ୟବଚ୍ଛେଦ ପରେ ଆଜି ଗାଁରେ ମୃତଦେହ ପହଞ୍ଚିଥିଲା। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ମଧୁସୂଦନଙ୍କର ଦୁଇ ଜଣ ପୁଅ ଅଛନ୍ତି। ଜଣେ ବେକାର ଥିବା ବେଳେ ଅନ୍ୟ ଜଣେ ଦୃଷ୍ଟିବାଧିତ।

Suicide Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe