Advertisment

ସ୍ତ୍ରୀକୁ କଇଁଚିରେ ଆକ୍ରମଣ କଲା ସ୍ୱାମୀ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଯିଏ ଦିନେ କଇଁଚିରେ କପଡ଼ା କାଟି ପରିବାର ପ୍ରତିପୋଷଣ କରୁଥିଲା। ସ୍ତ୍ରୀ ମୁହଁରେ ଦାନା ଦେଉଥିଲା। ଆଜି ସେହି କଇଁଚି ସାହାର୍ଯ୍ୟରେ ସ୍ତ୍ରୀକୁ ଆକ୍ରମଣ କରିଛି। ଏବେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ଵାର ଖର୍ଦ୍ଧା ସାହିରେ। ପାରିବାରିକ କଳହ ଉଗ୍ରରୂପ ନେଇଛି। ସୂଚନା ଅନୁଯାୟୀ ଚୌଦ୍ଵାର ଖର୍ଦ୍ଧା ସାହିର ଫକିର ସାହୁ ଓ ତାଙ୍କ ସ୍ତ୍ରୀ ବାସନ୍ତିଙ୍କ […]

ସ୍ତ୍ରୀକୁ କଇଁଚିରେ ଆକ୍ରମଣ କଲା ସ୍ୱାମୀ

cuttack

Advertisment

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଯିଏ ଦିନେ କଇଁଚିରେ କପଡ଼ା କାଟି ପରିବାର ପ୍ରତିପୋଷଣ କରୁଥିଲା। ସ୍ତ୍ରୀ ମୁହଁରେ ଦାନା ଦେଉଥିଲା। ଆଜି ସେହି କଇଁଚି ସାହାର୍ଯ୍ୟରେ ସ୍ତ୍ରୀକୁ ଆକ୍ରମଣ କରିଛି। ଏବେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ଵାର ଖର୍ଦ୍ଧା ସାହିରେ। ପାରିବାରିକ କଳହ ଉଗ୍ରରୂପ ନେଇଛି।

Advertisment

ସୂଚନା ଅନୁଯାୟୀ ଚୌଦ୍ଵାର ଖର୍ଦ୍ଧା ସାହିର ଫକିର ସାହୁ ଓ ତାଙ୍କ ସ୍ତ୍ରୀ ବାସନ୍ତିଙ୍କ କୌଣସି ପିଲା ପିଲି ନାହିଁ। ଦୁହେଁ ସ୍ଥାନୀୟ ଏକ ଟେଲର ଦୋକାନରେ କାମକରି ଚଳୁଥିଲେ। ମାତ୍ର ଶନିବାର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା।

ଫଳରେ ଫକିର ଏକ କଇଁଚିରେ ସ୍ତ୍ରୀ ବାସନ୍ତିକୁ ଆକ୍ରମଣ କରିଥିଲା। ଯାହାଫଳରେ ବାସନ୍ତି ଗୁରୁତର ହୋଇ ପଡ଼ିଥିଲା। ଚୌଦ୍ଵାର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାସନ୍ତିଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ପଠାଇବା ସହିତ ଫକିରକୁ ଥାନାକୁ ନେଇ ଘଟଣାର ତଦନ୍ତ ଚଳାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe