Advertisment

ହେମଦସ୍ତାରେ ସ୍ତ୍ରୀକୁ ଛେଚିଦେଲା ସ୍ୱାମୀ, ଆଉ ପରେ...

ନିଆଳି (ବିନୟ ମିଶ୍ର): ସ୍ତ୍ରୀକୁ ହେମଦସ୍ତାରେ ଛେଛି ଦେଲା ସ୍ୱାମୀ। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୋବିନ୍ଦୁପର ଥାନା ଶଙ୍ଖୁଆ ଗାଁରେ। ତେବେ ସ୍ୱାମୀ କାହିଁକି ତା’ର ସ୍ତ୍ରୀକୁ ହତ୍ୟା କଲା, ତା’ର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ହେମଦସ୍ତାରେ ସ୍ତ୍ରୀକୁ ଛେଚିଦେଲା ସ୍ୱାମୀ, ଆଉ ପରେ...

niali

Advertisment

ନିଆଳି (ବିନୟ ମିଶ୍ର): ସ୍ତ୍ରୀକୁ ହେମଦସ୍ତାରେ ଛେଛି ଦେଲା ସ୍ୱାମୀ। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୋବିନ୍ଦୁପର ଥାନା ଶଙ୍ଖୁଆ ଗାଁରେ। ତେବେ ସ୍ୱାମୀ କାହିଁକି ତା’ର ସ୍ତ୍ରୀକୁ ହତ୍ୟା କଲା, ତା’ର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଦୁଇ ପୁଅ ସହ ରୁହନ୍ତି ବିଶ୍ୱନାଥ ବେହେରା ଓ ତାଙ୍କ ପତ୍ନୀ କଳ୍ପନା ବେହେରା। ହେଲେ ଆଜି କୌଣସି କାରଣ ବଶତଃ ବିଶ୍ୱନାଥ ରାଗି ଯାଇ କଳ୍ପନାଙ୍କୁ ହେମଦସ୍ତାରେ ଛେଛି ହତ୍ୟା କରିଛି। ଘଟଣା ଭିଆଇବା ପରେ ବିଶ୍ୱନାଥ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହା ପରେ ତାକୁ ପ୍ରଥମେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବିଶ୍ୱନାଥ ବେହେରାଙ୍କ ଘର ତରଡପଡା। ମୃତ କଳ୍ପନାଙ୍କ ଘର ନୂଆଗାଁ। ତେବେ ଉଭୟ ଓ ଦୁଇ ପୁଅଙ୍କୁ ନେଇ ଶଙ୍ଖୁଆ ଗାଁରେ ଭଡା ଘରେ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଏଭଳି ଅଘଟଣ ଘଟିଛି।

Advertisment

ସେହିପରି କଳ୍ପନା ୧୦ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅର ବିଶ୍ୱନାଥ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ସୂଚନା ମିଳିଛି। ତେବେ ଉଭୟଙ୍କ ପଟରୁ ୯ ଓ ୬ ବର୍ଷର ଦୁଇଟି ପୁତ୍ର ସନ୍ତାନ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe