କଟକ(ଓଡ଼ିଶା ରିପୋର୍ଟର): ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ କାର୍ଡ । ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ।
ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ବୋର୍ଡ ୱେବସାଇଟ www.bseodisha.ac.inରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ସ୍କୁଲ କୋଡ୍ ଓ ପାସୱାର୍ଡ ଜରିଆରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ସ୍କୁଲ୍ କର୍ତ୍ତୃପକ୍ଷ ।
ପତ୍ର ବିନିମୟ ଓ ମଧ୍ୟମା ଛାତ୍ରଛାତ୍ରୀ ୱେବବସାଇଟରେ ନିଜ ନାମ ଓ ପିତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡାଉନଲୋଡ ଆଡମିଟ କାର୍ଡରେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷରକୁ ବାଧ୍ୟତାମୂଳକ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଗତକାଲିଠୁ ନିଖୋଜ ଥିଲେ ନାବାଳକ ଛାତ୍ର। ଆଜି ମହାନଦୀ ଘାଟରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଠାବ କଲା ପୁଲିସ।
Miscellaneous
ମହାନଦୀରୁ ମିଳିଲା ୬୦ରୁ ଅଧିକ ନାଗ ମୂର୍ତ୍ତି
ସମସ୍ତ ନାଗ ମୂର୍ତ୍ତି ଓ ବୃଷବଙ୍କ ମୂର୍ତ୍ତି ଦୁଇଟିକୁ ନିକଟସ୍ଥ ଶିବ ମନ୍ଦିରରେ ରଖାଯାଇଛି।
Crime
ଭିଜିଲାନ୍ସ ଜାଲରେ ଏଏସ୍ଆଇ, ଲାଞ୍ଚ ନେଉଥିଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍ଆଇ ଆଲୋକ କୁମାର ଷଡ଼ଙ୍ଗୀଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Accident
ଚଢ଼ିଗଲା ଟ୍ରକ୍: ମା’ ମୃତ, ବାପା ଓ ଝିଅ ଗୁରୁତର
ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ।
Crime
ବାପାଙ୍କୁ ବି ଛାଡ଼ିଲାନି ଅପରାଧୀ, ବାନ୍ଧିଲା ପୁଲିସ
ନିଜକୁ ଡାକ୍ତର ବୋଲି କହି ଅନେକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ନେଇ ପୂର୍ବରୁ ସେ ଗିରଫ ମଧ୍ୟ ହୋଇଥିଲେ।