Advertisment

ଜାଗରରେ ଧବଳେଶ୍ୱର ଦର୍ଶନ: ମନ୍ତ୍ରୀଙ୍କ ପାଇଁ ନିୟମ ଭାଙ୍ଗିଦେଲା ପ୍ରଶାସନ

ଏବେ ଝୁଲା ପୋଲ ବ୍ୟବସ୍ଥା ବନ୍ଦ ରହିଛିା ନଦୀ ପାର ହୋଇ ମନ୍ଦିର ଯିବା ପାଇଁ ଏକ ଅସ୍ଥାୟୀ ରାସ୍ତା ହୋଇଛିା

author-image
Niranjan Mishra
ଅଦ୍ୟତନ ହୋଇଛି
Boat

Boat

ମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ନିୟମ ଭାଙ୍ଗିଦେଲା ପ୍ରଶାସନ। ଆଜି କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ପୀଠକୁ ଯାତ୍ରା କରିବା ନିମନ୍ତେ ମହାନଦୀରେ ବୋଟ ଚଳାଚଳ ବାରଣ ହୋଇଥିଲା। ହେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ତାଙ୍କ ପରିବାର ସରକାରୀ ବୋଟରେ ବସି ଧବଳେଶ୍ୱର ଦର୍ଶନ ନିମନ୍ତେ ଯାଇଥିଲେ। ସେ ବୋଟରେ ଯିବା ବେଳେ ବିପଦପୂର୍ଣ୍ଣ ନୌଯାତ୍ରା ଦେଖିବାକୁ ମିଳିଥିଲା। ସେ ଓ ବୋଟରେ ଥିବା ତାଙ୍କର ସମସ୍ତ ପରିବାର ଲୋକ ବିନା ଲାଇଫ୍ ଜାକେଟରେ ମହାନଦୀ ପାର ହୋଇଛନ୍ତି। ଏହି ବୋଟରେ ଲାଇଫ୍ ଜ୍ୟାକେଟ୍‌ ରହିଥିଲେ ହେଁ ଉପସ୍ଥିତ ତାଙ୍କ ପିଏସ୍‌ଓ କିମ୍ବା ସୁରକ୍ଷା ଦେଉଥିବା ସ୍ଥାନୀୟ ପୁଲିସ ଲାଇଫ୍ ଜ୍ୟାକେଟ ପିନ୍ଧିବାକୁ ମନ୍ତ୍ରୀଙ୍କୁ କହି ନ ଥିଲେ। ବୋଟରେ ଯିବା ବେଳେ ମନ୍ତ୍ରୀଙ୍କ ପରିବାର ଓ ପିଏସ୍‌ଓ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ସାଧାରଣ ଲୋକଙ୍କ ପାଇଁ ହୋଇଥିବା ନିୟମକୁ କାହିଁକି ପ୍ରଶାସନ ପକ୍ଷରୁ ଦଳଚକଟି ଦିଆଗଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Advertisment

ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ତାଙ୍କ ପରିବାର ଲୋକେ ଆଜି ଶିବରାତ୍ରୀ ଉପଲକ୍ଷେ ଧବଲେଶ୍ୱର ମନ୍ଦିରକୁ ଯାଇଥିଲେ।

ଧବଳେଶ୍ୱର ଦର୍ଶନରେ ଯିବା ନିମନ୍ତେ ଏବେ ଝୁଲା ପୋଲ ବ୍ୟବସ୍ଥା ବନ୍ଦ ରହିଛିା ନଦୀ ପାର ହୋଇ ମନ୍ଦିର ଯିବା ପାଇଁ ଏକ ଅସ୍ଥାୟୀ ରାସ୍ତା ହୋଇଛିା ଡଙ୍ଗାରେ ଆର ପଟକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ। ଏଭଳି କ୍ଷେତ୍ରରେ ଡଙ୍ଗାରେ ଯିବାକୁ ଅନୁମତି ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ କେମିତି ମିଳିଲା? ଶ୍ରଦ୍ଧାଳୁଙ୍କ ପାଇଁ ଗୋଟିଏ ନିୟମ, ମନ୍ତ୍ରୀଙ୍କ ପାଇଁ ଆଉ ଗୋଟେ ନିୟମ କିପରି କରାଗଲା ? ଯଦି ସେ ଡଙ୍ଗାରେ ଯାତ୍ରା କଲେ ତାହେଲେ ଲାଇଫ୍ ଜାକେଟ୍ ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥା କେମିତି ରହିଲାନି? ଏବେ ଏସବୁକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛିା

Advertisment

ସେହିପରି ବିଧାୟକ ରାଜା ସ୍ୱାଇଁଙ୍କ ସମ୍ପର୍କିୟ ଓ ଅନ୍ୟକିଛି ଭିଆଇପିଙ୍କୁ ମଧ୍ୟ ସରକାରୀ ବୋଟରେ ନଦୀ ପାର କରାଯାଇ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ନିଆଯାଇଥିଲା। ଏହି ବୋଟ ବିଶେଷ ଭାବେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ପହଞ୍ଚାଇବାରେ ବ୍ୟବହାର ହୋଇଥାଏ।

ଘଟଣାକୁ ନେଇ ମନ୍ତ୍ରୀ ପ୍ରମିଳା ମଲିକ କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନିା

Odisha Administration