Advertisment

ଫାଣ୍ଡି ହାଜତରେ ଥାର୍ଡ ଡିଗ୍ରୀ; ନାବାଳକକୁ ପାଇପ୍‌ରେ ପିଟିଲା ପୁଲିସ୍‌

କଟକ (ଓଡ଼ିଶା ରିପୋର୍ଟର): ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡି ହାଜତରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ହାଜତ ଭିତରେ ପୁଲିସ୍‌ ବାବୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ନିଜେ ନାବାଳକ ଜଣକ କ୍ୟାମେରା ସମ୍ମୁଖରେ କହିଛି। ଏପରିକି ଚୋରି ଅଭିଯୋଗ ମାନିବାକୁ ପାଇପ ସାହାଯ୍ୟରେ ନିର୍ଘାତ ମାଡ଼ ମରାଯାଇଥିବା ନାବାଳକ ଜଣକ କହିଛି। କଟକ ଏସ୍‌ସିବି ମେଡିକାଲ ଫାଣ୍ଡି ପୁଲିସ୍‌ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ମୋବାଇଲ […]

author-image
Niharika Rout
ଅଦ୍ୟତନ ହୋଇଛି
ଫାଣ୍ଡି ହାଜତରେ ଥାର୍ଡ ଡିଗ୍ରୀ; ନାବାଳକକୁ ପାଇପ୍‌ରେ ପିଟିଲା ପୁଲିସ୍‌

minor boy

କଟକ (ଓଡ଼ିଶା ରିପୋର୍ଟର): ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡି ହାଜତରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ହାଜତ ଭିତରେ ପୁଲିସ୍‌ ବାବୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ନିଜେ ନାବାଳକ ଜଣକ କ୍ୟାମେରା ସମ୍ମୁଖରେ କହିଛି। ଏପରିକି ଚୋରି ଅଭିଯୋଗ ମାନିବାକୁ ପାଇପ ସାହାଯ୍ୟରେ ନିର୍ଘାତ ମାଡ଼ ମରାଯାଇଥିବା ନାବାଳକ ଜଣକ କହିଛି। କଟକ ଏସ୍‌ସିବି ମେଡିକାଲ ଫାଣ୍ଡି ପୁଲିସ୍‌ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ ।

Advertisment

ମୋବାଇଲ ଚୋରି ଅଭିଯୋଗରେ ୧୨ ବର୍ଷର ଜଣେ ଅଣଓଡ଼ିଆ ନାବାଳକକୁ ମେଡିକାଲ ଫାଣ୍ଡି ପୁଲିସ୍‌ ଗତ ଶୁକ୍ରବାର ଧରି ଫାଣ୍ଡିକୁ ଆଣିଥିଲା । ଗତ ୩ ଦିନ ହେଲା ତାକୁ ହାଜତ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଯାଉଥିବା  ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଫାଣ୍ଡିରେ ପହଞ୍ଚିଥିଲେ।

ନାବାଳକଙ୍କୁ ହାଜତ ଭିତରେ ରଖିବା ନିୟମ ନ ଥିବା ବେଳେ କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳକକୁ ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଫାଣ୍ଡି ଅଧିକାରୀ ତାକୁ ହାଜତ ବାହାରକୁ ଆଣି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲେ । ଫାଣ୍ଡିରେ କର୍ମଚାରୀ ନ ଥିବାରୁ ନାବାଳକକୁ ଭିତରେ ରଖାଯାଇଥିଲା ବୋଲି ସେ କହିଥିଲେ।

Advertisment

ହାଜତରୁ ବାହାରିବା ପରେ ନାବାଳକ ଜଣକ ନିଜେ ବଖାଣିଛି ନିର୍ଯାତନାର କାହାଣୀ। ଚୋରି ଅଭିଯୋଗ ମାନିଯିବାକୁ ପୁଲିସ୍‌ ପାଇପ୍‌ରେ ପ୍ରବଳ ପିଟିଥିବା ବି କହିଛି। ଆସନ୍ତାକାଲି ନାବାଳକକୁ ସିଡବ୍ଲୁସିରେ ହାଜର କରାଯିବ ।

ପିଲାଟି ଯଦି ମାଡ଼ ମରାଯାଇଥିବା ବୟାନ ଦିଏ, ତା’ହେଲେ ପୁଲିସ୍‌ ବିରୋଧରେ ଥାନାରେ ଏତଲା ହେବ ଏବଂ ପିଲାଟିର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି  । ସେପଟେ ମାଡ଼ମରା ଓ ନିର୍ଯାତନା ଅଭିଯୋଗ ସମ୍ପର୍କରେ ଏସସିବି ମେଡିକାଲ ଫାଣ୍ଡି ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।