Advertisment

ବ୍ୟାଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ; ସାଇରନ ବାଜିବାରୁ ଛାଡ଼ି ପଳାଇଲେ ଲୁଟେରା

ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ। ସାଇରନ୍ ବାଜିବାରୁ ୩ ବନ୍ଧୁକଧାରୀ ଲୁଟେରା ଫେରାର ହୋଇଯାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bank

Bank

ଦିନ ଦ୍ୱିପହରରେ ଲୁଟ୍‌ପାତ କରିବା ପାଇଁ ବ୍ୟାଙ୍କ ଭିତରେ ପଶିଥିଲେ ସଶସ୍ତ୍ର ଡକାୟତି ଦଳ। କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରାଣସ୍ତ୍ର ଦେଖାଇ ଲକର ଚାବି ଦେବାକୁ ଧମକାଇଥିଲେ। ହେଲେ ଡକାୟତଙ୍କ ସବୁ ଉଦ୍ୟମ ଗୋଟିଏ ସେକେଣ୍ଡ ଭିତରେ ପାଣି ଫୋଟକା ପରି ମିଳାଇ ଯାଇଥିଲା। ହଠାତ୍ ବ୍ୟାଙ୍କର ସାଇରନ ବାଜିବା ଉଠିବାରୁ ଛୁ ମାରିଥିଲେ ଡାକାୟତ ଦଳ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତ୍ରିଶୁଳିଆ ନିକଟ ଫକିରପଡା ଆଇସିଆଇସିଆଇ ବ୍ୟାଙ୍କରେ।

Advertisment

ଆଜି ଦିନ ୧୧ଟା ସମୟରେ ୩ଜଣ ଡକାୟତ କଳା ପଲସରରେ ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ଗ୍ରାହକ ଭାବେ ବ୍ୟାଙ୍କ ଭିତରେ ପଶିଥିଲେ। ପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। କିଛି ସମୟ ବ୍ୟାଙ୍କ ଭିତରେ ଆତଙ୍କ ମଚାଇଥିଲେ। ଏହି ସମୟରେ ବ୍ୟାଙ୍କରେ ଥିବା ସାଇରନ ବାଜିଥିଲା। ଡକାୟତମାନେ ସାଇରନ ବାଜିବା ଶବ୍ଦ ଶୁଣି  ବ୍ୟାଙ୍କ ଛାଡ଼ି ଚମ୍ପଟ ମାରିଥିଲେ।

ବ୍ୟାଙ୍କରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି। ପୁଲିସ ସିସିଟିଭିକୁ ଆଧାର କରି  ବାରଙ୍ଗ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Loot Cuttack Bank Loot