Advertisment

ରତ୍ନ ଭଣ୍ଡାର ଚାବି ହଜିବା ଘଟଣା: କମିଶନ ତଦନ୍ତ ରିପୋର୍ଟ ଧରି ଚୁପ୍ କାହିଁକି ସରକାର, ହାଇକୋର୍ଟ ମାଗିଲେ ଜବାବ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ଜବାବ ଲୋଡିଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
jagannath temple

jagannath temple

Advertisment

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ଜବାବ ଲୋଡିଛନ୍ତି ହାଇକୋର୍ଟ। ଜୁଲାଇ ୧୦ ତାରିଖ ସୁଦ୍ଧା ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ପୁରୀର ସ୍ୱେଚ୍ଛାସେବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଆବେଦନର ବିଚାର କରି ହାଇକୋର୍ଟ ଆଜି ଏହି ଶୁଣାଣି କରିଛନ୍ତି।

Advertisment

ଦିଲ୍ଲୀପ ଏହା ବ୍ୟତୀତ ରତ୍ନଭଣ୍ଡାରରେ କ’ଣ ସବୁ ରହିଛି ତାର ତାଲିକା ପ୍ରସ୍ତୁତ କରିବାରେ ସରକାର ନିୟମକୁ ଅଣଦେଖା କରୁଥିବା ଏବଂ ରତ୍ନଭଣ୍ଡାରର ମରାମତି ପାଇଁ ଏଏସ୍‌ଆ(ପ୍ରତ୍ନତତ୍ତ୍ୱ ବିଭାଗ)କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ସରକାର ଦାୟିତ୍ୱହୀନତା ଦେଖାଉଥିବା ପ୍ରସଙ୍ଗ ମଧ୍ୟ ଗୋଟିଏ ଆବେଦନରେ ହାଇକୋର୍ଟଙ୍କୁ ଜଣାଇଛନ୍ତି। ମାତ୍ର କୋର୍ଟ କେବଳ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଜବାବ ଲୋଡିଛନ୍ତି।

ଏହି ମାମଲାକୁ ଲଢ଼ୁଥିବା ଓକିଲ ଅନୁପ ମହାପାତ୍ର କହିଛନ୍ତି, କମିଶନ ଅଫ ଇନକ୍ୟୁଆରି ଆଇନ ଧାରା ୩ର ଉପଧାରା ୪ ଅନୁଯାୟୀ ତଦନ୍ତ କମିଶନଙ୍କ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବାର ବ୍ୟବସ୍ଥା ରହିଛି। ତେବେ ପାଖାପାଖି ୫ ବର୍ଷ ଧରି ଏହାକୁ ସାର୍ବଜନୀନ କରିବା ପାଇଁ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁରୀର ସ୍ୱେଚ୍ଛାସେବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ଵରସ୍ଥ ହୋଇଛନ୍ତି।  ଆଜି କେବଳ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ କୋର୍ଟରେ ଆଲୋଚନା କରାଯାଇ ନାହିଁ। ଏବାବଦରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ପରେ ଅନ୍ୟ ଦୁଇ ଆବେଦନ ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

Advertisment

ଆବେଦନକାରୀ ଦିଲ୍ଲୀପ ବରାଳ କହିଛନ୍ତି, ସରକାରୀ ତହବିଲ୍‌ରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ଯାଞ୍ଚ କମିଶନ ବସିଥିଲା। ତେଣୁ ସରକାର କାହିଁକି ଏହି କମିଶନ ରିପୋର୍ଟକୁ ଲୁଚାଇ ବସିଛନ୍ତି ତାହା ସନ୍ଦେହ ସୃଷ୍ଟି କରୁଛି। ଏହାଛଡ଼ା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଗଣତି କରିବାକୁ ମଧ୍ୟ ସରକାର ନିୟମ ଅନୁଯାୟୀ ପଦକ୍ଷେପ ନ ନେବା ସନ୍ଦେହକୁ ବଢ଼ାଇଛି। ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ରତ୍ନଭଣ୍ଡାର ସୁରକ୍ଷା ପ୍ରତି ବିପଦ ବଢ଼ୁଛି ଓ ଏହା ମରାମତି ହୋଇପାରୁନି। ଶ୍ରୀମନ୍ଦିର ସ୍ୱତନ୍ତ୍ର ନିୟମ ଅନୁଯାୟୀ ରତ୍ନ ଭଣ୍ଡାର ରତ୍ନର ଗଣତି ୩ ବର୍ଷରେ ଥରେ ହେବା କଥା। ହେଲେ ଏହାକୁ ପାଳନ କରାଯାଉନି। ବାରମ୍ବାର ଏବାବଦରେ ପଦକ୍ଷେପ ନେବାକୁ ଓ ଉତ୍ତର ରଖିବାକୁ ସରକାରଙ୍କୁ ଚିଠି କରାଯାଇଥିଲା। ସରକାର ନ ଶୁଣିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି। ନ୍ୟାୟ ମିଳିବ ବୋଲି ଆଶା ରହିଛି।

ସୂଚନା ଥାଉକି, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇ ଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିଶନ ଗଠନ କରିଥିଲେ। କମିଶନ ନିଜର ତଦନ୍ତ ଶେଷ କରି ୨୯ ନଭେମ୍ବର ୨୦୧୮ ମସିହାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଏବେ ଯାଏ ଏହାକୁ ସାର୍ବଜନିତ କରାଯାଉନାହିଁ।

Odisha Highcourt Odisha Government Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe