/odisha-reporter/media/post_attachments/uploads/2021/06/7jm.jpg)
7jm
ସାଲେପୁର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିମୋନିଆଲ ଫ୍ରଡର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି । କଟକଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି ଓଡ଼ିଆ ମାଟ୍ରିମୋନିରୁ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ସହ ଆସିବା ଏବଂ ପରେ ଭାବ ବଢ଼ାଇବା ଘାତକ ସାବ୍ୟସ୍ତ ହୋଇଛି । କିଛି ଦିନର ଓ୍ୱାଟ୍ସଆପ୍ ଚାଟିଂ ଆଉ ଫୋନରେ କଥା ବାର୍ତ୍ତା ପରେ ସର୍ବପ୍ରସନ୍ନ ପଣ୍ଡା ନାମକ ବ୍ୟକ୍ତିଙ୍କୁ ବିବାହ କରିବେ ବୋଲି ହଁ ଭରିଥିଲେ ।
ଇଂଲଣ୍ଡରେ ରହୁଥିବା ଛତିଶଗଡ଼ର ପ୍ରିତି ରାଜପୁତ ନାମକ ଜଣେ ଯୁବତୀ ବିବାହ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ କିଛି ଦାମୀ ଉପହାର ବିମାନ ଯୋଗେ ପଠାଉଥିବା କହିଥିଲେ ଯୁବତୀ । ବିମାନ ବନ୍ଦରରୁ ଏହା ଘରକୁ ଆସିବାକୁ ହେଲେ କିଛି ଜରୁରୀ କାଗଜ ପତ୍ର କାମ କରିବାକୁ ପଡ଼ିବ । ଆଉ ଏଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଏକ ଫୋନ୍ କଲ ପାଇଥିଲେ ବୋଲି କହୁନ୍ତି ଠକେଇର ଶିକାର ବ୍ୟକ୍ତି ।
ପର୍ଯ୍ୟାୟ କ୍ରମେ ଯୁବତୀଙ୍କ ମିଠା ମିଠା କଥାରେ ଫସି ପାଖାପାଖି ୪ ଲକ୍ଷ ଟଙ୍କା ଅନଲାଇନ୍ ଟ୍ରାଞ୍ଜାକ୍ସନ କରିଥିଲେ। ହେଲେ ସେ ଠକେଇର ଶିକାର ହୋଇଥିବା ଜାଣି ସର୍ବପ୍ରସନ୍ନ ନେମାଳ ଥାନା ଓ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସର୍ବପ୍ରସନ୍ନଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ କରିଛି ନେମାଳ ପୁଲିସ। ସାଇବର୍ ସେଲର ସହଯୋଗରେ ଠକ ଗ୍ୟାଙ୍ଗକୁ ଧରାଯିବ ବୋଲି କହିଛନ୍ତି ସାଲେପୁର ଏସଡିପିଓ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
