ଲୁଟିଦେଲା ରାଣୀ ମହୁମାଛି, ବାହା ହେବ କହି ଖୋଳ କରିଦେଲା ଲକ୍ଷାଧିକ ଟଙ୍କା

ସାଲେପୁର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିମୋନିଆଲ ଫ୍ରଡର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି  ଓଡ଼ିଆ ମାଟ୍ରିମୋନିରୁ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ସହ ଆସିବା ଏବଂ ପରେ ଭାବ ବଢ଼ାଇବା ଘାତକ ସାବ୍ୟସ୍ତ ହୋଇଛି  । କିଛି ଦିନର ଓ୍ୱାଟ୍ସଆପ୍ ଚାଟିଂ ଆଉ ଫୋନରେ କଥା ବାର୍ତ୍ତା ପରେ ସର୍ବପ୍ରସନ୍ନ ପଣ୍ଡା ନାମକ ବ୍ୟକ୍ତିଙ୍କୁ ବିବାହ କରିବେ ବୋଲି ହଁ ଭରିଥିଲେ । ଇଂଲଣ୍ଡରେ ରହୁଥିବା ଛତିଶଗଡ଼ର […]

7jm

Tapas Behera
  • Published: Wednesday, 30 June 2021
  • , Updated: 30 June 2021, 04:32 PM IST

ସାଲେପୁର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିମୋନିଆଲ ଫ୍ରଡର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି  ଓଡ଼ିଆ ମାଟ୍ରିମୋନିରୁ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ସହ ଆସିବା ଏବଂ ପରେ ଭାବ ବଢ଼ାଇବା ଘାତକ ସାବ୍ୟସ୍ତ ହୋଇଛି  । କିଛି ଦିନର ଓ୍ୱାଟ୍ସଆପ୍ ଚାଟିଂ ଆଉ ଫୋନରେ କଥା ବାର୍ତ୍ତା ପରେ ସର୍ବପ୍ରସନ୍ନ ପଣ୍ଡା ନାମକ ବ୍ୟକ୍ତିଙ୍କୁ ବିବାହ କରିବେ ବୋଲି ହଁ ଭରିଥିଲେ ।

ଇଂଲଣ୍ଡରେ ରହୁଥିବା ଛତିଶଗଡ଼ର ପ୍ରିତି ରାଜପୁତ ନାମକ ଜଣେ ଯୁବତୀ  ବିବାହ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ କିଛି ଦାମୀ ଉପହାର ବିମାନ ଯୋଗେ ପଠାଉଥିବା କହିଥିଲେ ଯୁବତୀ ।  ବିମାନ ବନ୍ଦରରୁ ଏହା ଘରକୁ ଆସିବାକୁ ହେଲେ କିଛି ଜରୁରୀ କାଗଜ ପତ୍ର କାମ କରିବାକୁ ପଡ଼ିବ ।  ଆଉ ଏଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଏକ ଫୋନ୍ କଲ ପାଇଥିଲେ ବୋଲି କହୁନ୍ତି ଠକେଇର ଶିକାର ବ୍ୟକ୍ତି  ।

ପର୍ଯ୍ୟାୟ କ୍ରମେ ଯୁବତୀଙ୍କ ମିଠା ମିଠା କଥାରେ ଫସି ପାଖାପାଖି ୪ ଲକ୍ଷ ଟଙ୍କା ଅନଲାଇନ୍ ଟ୍ରାଞ୍ଜାକ୍ସନ କରିଥିଲେ।  ହେଲେ ସେ ଠକେଇର ଶିକାର ହୋଇଥିବା ଜାଣି ସର୍ବପ୍ରସନ୍ନ ନେମାଳ ଥାନା ଓ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସର୍ବପ୍ରସନ୍ନଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ କରିଛି ନେମାଳ ପୁଲିସ।  ସାଇବର୍ ସେଲର ସହଯୋଗରେ ଠକ ଗ୍ୟାଙ୍ଗକୁ ଧରାଯିବ ବୋଲି କହିଛନ୍ତି ସାଲେପୁର ଏସଡିପିଓ ।

Related story