Advertisment

ମାଙ୍କଡ଼ ଆକ୍ରମଣରେ ୫ ଏନ୍‌ଡିଆରଏଫ୍ ଯବାନ ଆହତ

ଗୋଟିଏ ମାଙ୍କଡ଼ ଆକ୍ରମଣ କରିଥିବା ଓ ସେ ପାଗଳ ହୋଇଯାଇଥିବା କୁହାଯାଉଛି।

Monkey

Monkey

Advertisment

କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ପରିସରରେ ଦୁଇଦିନ ହେବ ମାଙ୍କଡ଼ ଆତଙ୍କ ଦେଖା ଦେଇଛି। ଗୋଟିଏ ମାଙ୍କଡ଼ ୫ ଜଣ ଏନ୍‌ଡିଆରଏଫ ଯବାନଙ୍କୁ କାମୁଡ଼ି ଥିବା ଅଭିଯୋଗ ହୋଇଛି। ଆହତ ଯବାନ ମାନଙ୍କର ଚିକିତ୍ସା ଚାଲିଛି।

Advertisment

ଆକ୍ରମଣ କରିଥିବା ହନୁ ମାଙ୍କଡ଼ଟି ପାଗଳ ହୋଇଯାଇଛି ବୋଲି କୁହାଯାଉଛି। ଘଟଣା ସଂପର୍କରେ ଏନ୍‌ଡିଆରଏଫ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଡମପଡ଼ା ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିଛନ୍ତି। ସେମାନେ ମାଙ୍କଡ଼କୁ ଧରିବା ପାଇଁ ଏନ୍‌ଡିଆରଏଫ କ୍ୟାମ୍ପ ପରିସରରେ ଏକ ଯନ୍ତା ବସାଇଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମାଙ୍କଡ଼ ଯନ୍ତାରେ ପଡ଼ି ନାହିଁ।

ଡମପଡ଼ା ରେଞ୍ଜର ବିରଜା ଦାସ କହିଛନ୍ତି, ଗୋଟିଏ ମାଙ୍କଡ଼ ଯବାନମାନଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। କିନ୍ତୁ ସେଠାରେ ଦେଢ଼ ଶହରୁ ଅଧିକ ମାଙ୍କଡ଼ ଅଛନ୍ତି। ଆମର ଏକ ଟିମ୍ ଆଜି ସେଠାକୁ ଯାଇଛନ୍ତି। ସେମାନେ ଏକ ଯନ୍ତା ବସାଇଛନ୍ତି। ତା’ସହିତ ନିର୍ଦ୍ଦିଷ୍ଟ ଗୋଟିଏ ମାଙ୍କଡ଼ ଆକ୍ରମଣ କରୁଛି ବୋଲି ଯାହା କୁହାଯାଉଛି, ସେ ନେଇ ଅନୁଧ୍ୟାନ କରୁଛନ୍ତି। ଯଦି ସେହି ଗୋଟିଏ ମାଙ୍କଡ଼ ଆକ୍ରମଣ କରୁଥିବ, ତାକୁ ଧରିବାକୁ ଚେଷ୍ଟା କରାଯିବ। ନଧରିପାରିଲେ ଆସନ୍ତାକାଲି ତାକୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ସେ କହିଛନ୍ତି।

Advertisment
Cuttack NDRF Monkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe