Advertisment

ରାତିରେ ପୁଅ ଚାଲିଗଲା, କାନ୍ଦି କାନ୍ଦି ସକାଳେ ଆଖି ବୁଜିଲା ମା’

ଚୌଦ୍ୱାର: ମୃତ୍ୟୁ କେମିତି ଆସେ ତାହା କେହି ଜାଣି ପାରନ୍ତି ନାହିଁ। ବର୍ତ୍ତମାନ ପରିସ୍ଥିତିରେ ରାତି ପାହିଲେ କେବଳ ମୃତ୍ୟୁ ଖବର ହିଁ ମିଳୁଛି। କେଉଁଠି କରୋନାରେ ବାପା, ମା’ ଆଗରେ ପୁଅ ଚାଲିଯାଉଛି ତ କେଉଁଠି ସ୍ତ୍ରୀ ଆଗରେ ସ୍ଵାମୀ ଓ ପିଲା ମାନଙ୍କ ଆଗରେ ବାପା ମା’ଙ୍କ ଜୀବନ ଚାଲି ଯାଇଛି। ଏବେ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ନପଙ୍ଗ ପଂଚାୟତର ସାଇଂଟୋ ଗ୍ରାମରେ। ପୁଅର ମୃତ୍ୟୁ ଖବର […]

ରାତିରେ ପୁଅ ଚାଲିଗଲା, କାନ୍ଦି କାନ୍ଦି ସକାଳେ ଆଖି ବୁଜିଲା ମା’

CHOUDWAR

Advertisment

ଚୌଦ୍ୱାର: ମୃତ୍ୟୁ କେମିତି ଆସେ ତାହା କେହି ଜାଣି ପାରନ୍ତି ନାହିଁ। ବର୍ତ୍ତମାନ ପରିସ୍ଥିତିରେ ରାତି ପାହିଲେ କେବଳ ମୃତ୍ୟୁ ଖବର ହିଁ ମିଳୁଛି। କେଉଁଠି କରୋନାରେ ବାପା, ମା’ ଆଗରେ ପୁଅ ଚାଲିଯାଉଛି ତ କେଉଁଠି ସ୍ତ୍ରୀ ଆଗରେ ସ୍ଵାମୀ ଓ ପିଲା ମାନଙ୍କ ଆଗରେ ବାପା ମା’ଙ୍କ ଜୀବନ ଚାଲି ଯାଇଛି। ଏବେ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ନପଙ୍ଗ ପଂଚାୟତର ସାଇଂଟୋ ଗ୍ରାମରେ।

Advertisment

ପୁଅର ମୃତ୍ୟୁ ଖବର ପାଇବା ପରେ ମା’ର ମୃତ୍ୟୁ ହୋଇଛି। ୭ ଦିନ ତଳେ କରୋନାରେ ପୀଡ଼ିତ ହୋଇ ଟାଙ୍ଗୀ ନପଙ୍ଗ ପଂଚାୟତର ସାଇଣ୍ଟୋ ଗ୍ରାମର କିଣୁଚରଣ ବେହେରାଙ୍କ ପୁଅ ଦୟାନିଧି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ପାଇ ତାଙ୍କ ପରିବାରରେ ଶୋକାକୂଳ ପରିସ୍ଥିତି ଦେଖାଯାଇଥିଲା।

ଏହି ଖବର ପାଇବା ପରେ ନିଜକୁ ସମ୍ଭାଳି ପାରି ନଥିଲେ ଦୟାନିଧିର ମା’ ଶାନ୍ତିଲତା। ପୁଅର ବିୟୋଗ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା। ପୁଅ କଥା ଭାବି ଭାବି ରାତି ସାରା ବାହୁନିବାହୁନି କାନ୍ଦିକାନ୍ଦି ଶେଷରେ ଆଜି ସକାଳେ ହୃଦଘାତରେ ମା’ ଶାନ୍ତିଲତା ଜୀବନ ହାରିଥିବା କହିଛନ୍ତି ଶାନ୍ତିଲତାଙ୍କ ସ୍ୱାମୀ କେଣୁ ଚରଣ। ପୁଅର ଅନ୍ତିମ ସତ୍କାର ମେଡିକାଲରେ ହୋଇଥିବା ବେଳେ ମା’ କୁ ଗାଁ ମଶାଣୀରେ ପୋତିଛନ୍ତି ପରିବାର ଲୋକେ।

Advertisment

ଦୟାନିଧିଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅଟି ୧୦ ବର୍ଷର ହୋଇଥିବା ବେଳେ ଅନ୍ୟଜଣେ ୮ବର୍ଷର ଏବଂ ପୁଅକୁ ମାତ୍ର ୩ ବର୍ଷ। ମୁଲଲାଗି ପରିବାର ଚଳାଉ ଥିବା ଦୟାନିଧୀ ଚାଲିଗଲା ପରେ ୩ଟି ପିଲାଙ୍କୁ କେମିତି ମଣିଷ କରିବେ ବୋଲି ଲୁହ ଭରା ଆଖିରେ କହିଛନ୍ତି ଦୟାନିଧିଙ୍କ ସ୍ତ୍ରୀ ସରୋଜିନୀ। ପୁଅ ପ୍ରତି ଭଲପାଇବାର ନିଚ୍ଛକ ଉଦାହରଣ ପାଲଟିଲେ ଦୟାନିଧିଙ୍କ ମା’ ଶାନ୍ତିଲତା। ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe