Advertisment

ହ୍ୟୁମାନଙ୍କ ମାଆଙ୍କ ପାଖରେ ରହିଛି ସିକ୍ରେଟ୍‌ ତଥ୍ୟ

“ଧର୍ମ ପରିବର୍ତ୍ତନ କଥା ସମ୍ପୂର୍ଣ୍ଣ ମିଛ। ୨୦୧୫ ମସିହାରେ ମ୍ୟାରେଜ କଲା। ଧର୍ମ ପରିବର୍ତ୍ତନ ପାଇଁ କେବେ କହିନାହୁଁ।”

ଅଦ୍ୟତନ ହୋଇଛି
Human Mother

Human Mother

Advertisment

ହ୍ୟୁମାନ ସାଗରଙ୍କ ମାଆଙ୍କ ପାଖରେ ରହିଛି ସିକ୍ରେଟ୍‌ ତଥ୍ୟ। ମହିଳା ଥାନାରୁ ବାହାରିବା ପରେ ସେ କହିଛନ୍ତି, ଶ୍ରୀୟାଙ୍କ ମମିର କ୍ୟାରେକ୍ଟର ମୁଁ ଦେଖିଛି। ସେଥିପାଇଁ ଏ ଆରୋପ ଲଗାଯାଇଛି। ସେଇଟା ସିକ୍ରେଟ୍‌ ରହିବ ବୋଲି ହ୍ୟୁମାନ ମାଆ କହିଛନ୍ତି। ଭୁଲ୍‌ ଶ୍ରୀୟା ଓ ହ୍ୟୁମାନଙ୍କର ରହିଛି। ମୁଁ ଚାହୁଁଛି ସବୁ ସମାଧାନ ହୋଇଯାଉ। ସବୁ ଭୁଲ୍‌ଭାଲ ଛାଡ଼ି ଦୁହେଁ ଏକାଠି ରୁହନ୍ତୁ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି।

Advertisment

ହ୍ୟୁମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ତାଙ୍କ ମାଆ କହିଛନ୍ତି, ସବୁ ଅଭିଯୋଗ ମିଛ। ମୁଁ କ’ଣ କହିବି? ମୋ’ ବୋହୂ ଘରେ ମଦ ପିଏ। ତାଙ୍କ ପରିବାର ଲୋକ ୮ ଦିନରେ ଥରେ ଆସନ୍ତି। ଏକାଠୀ ବସି ମଦ ପିଅନ୍ତି। ଶାଶୂ, ଶ୍ୱଶୁର ଓ ସ୍ୱାମୀଙ୍କୁ ବୋହୂ ସମ୍ମାନ ଦିଏନି। ଘରେ କିଛି କରେ ନାହିଁ। ତଥାପି ସବୁ ସହିଛି। ଯେତେବେଳେ ଘର କିଣିବା ପାଇଁ କଥା ହେଲୁ, ସେତେବେଳେ ପଇସା ପତ୍ରକୁ ନେଇ ଝଗଡ଼ା ଆରମ୍ଭ ହେଲା ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି।

ଶ୍ରୀୟାଙ୍କ ଧର୍ମପରିବର୍ତ୍ତନ ନେଇ ସେ କହିଛନ୍ତି, “ଧର୍ମ ପରିବର୍ତ୍ତନ କଥା ସମ୍ପୂର୍ଣ୍ଣ ମିଛ। ୨୦୧୫ ମସିହାରେ ମ୍ୟାରେଜ କଲା। ଧର୍ମ ପରିବର୍ତ୍ତନ ପାଇଁ କେବେ କହିନାହୁଁ।”

Advertisment

ଶ୍ରୀୟାଙ୍କ ନିର୍ଯାତନା ଅଭିଯୋଗକୁ ନେଇ ହ୍ୟୁମାନଙ୍କ ମାଆ କହିଛନ୍ତି, ସବୁ ଟଙ୍କା ତା’ ନାଁରେ ବ୍ୟାଙ୍କରେ ରହିଛି। ମୁଁ ଯେତେ ଗହଣା ଦେଇଥିଲି, ତାକୁ ତା’ ନାଁରେ ଲକରରେ ରଖିଛି। ଶ୍ରୀୟା ନାଁରେ ପ୍ଲଟ କିଣାଗଲା। ଗାଡ଼ି ମଧ୍ୟ ତା’ ନାଁରେ କିଣାଯାଇଛି। ତାହାହେଲେ ଆମେ କେମିତି ନିର୍ଯାତନା ଦେଲୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ହ୍ୟୁମାନଙ୍କ ମଦ ପିଇବାକୁ ନେଇ ତାଙ୍କ ମାଆ ଆହୁରି କହିଛନ୍ତି, ହ୍ୟୁମାନ ମଦ ପିଏ ନାହିଁ। ହ୍ୟୁମାନଙ୍କୁ ତା’ ଶାଶୂ, ଶ୍ୱଶୁର, ଶଳା ଓ ଶ୍ରୀୟା ମିଶି ମଦ ପିଆନ୍ତି। ତା’ର ସବୁ ପ୍ରମାଣ ମୋ’ ପାଖରେ ରଖିଛି। ସାକ୍ଷୀ ମଧ୍ୟ ରଖିଛି ବୋଲି ସେ କହିଛନ୍ତି।

ସୂଚନାରୁ ପ୍ରକାଶ, ବାଲେଶ୍ୱରର ଝିଅ ଶ୍ରୀୟା ମିଶ୍ରଙ୍କୁ ପ୍ରେମ ବିବାହ କରିଥିଲେ ହ୍ୟୁମାନ ସାଗର। ଉଭୟ ସମାନ ପ୍ରଫେସନ୍‌ରେ ଥିବାରୁ ଲଭ୍‌ ମ୍ୟାରେଜ କରିଥିଲେ। ହେଲେ ବାହାଘର ପରେ ଶ୍ରୀୟାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଶ୍ରୀୟା ନିଜ ବାପ ଘରକୁ ଚାଲି ଯାଇଥିଲେ। ଦୁଇ ଦିନ ତଳେ ସେ କଟକ ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ୍‌ ନୋଟିସ୍‌ କ୍ରେମ ଉଭୟ ଆଜି ମହିଳା ଥାନାରେ ହାଜର ହୋଇଥିଲେ। ଉଭୟଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର କରିବାକୁ ଚେଷ୍ଟା କରାଯାଇଥିଲା। ଉଭୟଙ୍କୁ ୨ ଦିନ ସମୟ ଦିଆଯାଇଥିବା କଟକ ଏସିପି ଗଣମାଧ୍ୟମକୁ କହିଛନ୍ତି।

Cuttack Family Dispute Human Sagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe