Advertisment

ପ୍ରଶ୍ନ ପଚାରିବାରୁ ରାଗିଗଲେ ବିଧାୟକ, ସର୍ବସମ୍ମୁଖରେ ଯୁବତୀଙ୍କୁ କଲେ ଅପମାନିତ!

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ। ସେ କାହାକୁ ଅସମ୍ମାନିତ କରି ନାହାନ୍ତି ବୋଲି କହିଛନ୍ତି।

author-image
Jitendra Garnayak
Pramod Mallik

Pramod Mallik

ସଭାସ୍ଥଳରେ ପ୍ରଶ୍ନ ପଚାରିବାରୁ ଜଣେ ଯୁବତୀଙ୍କ ଉପରେ ରାଗିଗଲେ ବିଧାୟକ। ଏମିତିକି ସର୍ବସମ୍ମୁଖରେ ତାଙ୍କୁ ଅପମାନିତ କରିଥିଲେ ବୋଲି ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳି ବ୍ଲକ ଦୋପଟିତୋଟରେ ଦେଖିବାକୁ ମିଳିଛି ଏହି ଘଟଣା।

Advertisment

ଏଠାରେ ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ। ସେ ସଭାକୁ ସମ୍ବୋଧିତ କରୁଥିବା ବେଳେ ସଭାରେ ଉପସ୍ଥିତ ଥିବା ସ୍ୱର୍ଣ୍ଣଲତା ମଲ୍ଲିକ ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ତାଙ୍କ ଅଞ୍ଚଳରେ କ’ଣ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି, ବିଧାୟକ ତାହା କହିବେ କି ବୋଲି ସେ ପଚାରିଥିଲେ। ହେଲେ ପ୍ରଶ୍ନ ଶୁଣି ବିଧାୟକ ତାଙ୍କ ଉପରେ ରାଗି ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ବିଧାୟକ ଯୁବତୀଙ୍କୁ କହିଥିଲେ, ତୁମେ କ’ଣ ଟ୍ରେନିଂ ନେଇ କି ଆସିଛ? ପଚାରିବା ପାଇଁ ତୁମର ବୟସ ହୋଇନି। ତୁମର ସାଧାରଣ ଜ୍ଞାନ ନାହିଁ। କ’ଣ ପାଠ ପଢ଼ିଛୁ? କିଏ ତୁମକ ଶିଖେଇ କି ପଠେଇଛି?

Advertisment

ବିଧାୟକ ତାଙ୍କ ପ୍ରଶ୍ନ ଉତ୍ତର ନ ଦେଇ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରିଛନ୍ତି ବୋଲି ସ୍ୱର୍ଣ୍ଣଲତା ମଲ୍ଲିକ ଅଭିଯୋଗ କରିଛନ୍ତି। ଜଣେ ନାଗରିକ ହିସାବରେ ସେ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ବୋଲି ସ୍ୱର୍ଣ୍ଣଲତା କହିଛନ୍ତି। ଅନ୍ୟପକ୍ଷରେ ସ୍ୱର୍ଣ୍ଣଲତାଙ୍କୁ ଅସମ୍ମାନ ବା ଅପମାନିତ କଲା ଭଳି କିଛି କହି ନାହାନ୍ତି ବୋଲି କହିଛନ୍ତି ବିଧାୟକ ପ୍ରମୋଦ ମଲ୍ଲିକ।

ଭିଡିଓରେ ଦେଖିବାକୁ ମିଳିଛି, ସ୍ୱର୍ଣ୍ଣଲତା ବିଧାୟକଙ୍କୁ ପ୍ରଶ୍ନ ପଚାରିବା ବେଳେ କେହି କେହି ତାଙ୍କୁ ସେଥିରୁ ନିବୃତ୍ତ ରଖିବାକୁ ପ୍ରୟାସ କରିଥିଲେ। ସେହିପରି ଆଉ କେହି ତାଙ୍କୁ ପ୍ରଶ୍ନ ପଚାରିବାକୁ ଦିଆଯାଉ ବୋଲି କହିଥିଲେ। କିଛି ଲୋକଙ୍କ କହିବା କଥା, ଯଦି ସେ କିଛି ପ୍ରଶ୍ନ ପଚାରୁଥିଲେ, ତା’ହେଲେ ଜନ ପ୍ରତିନିଧି ହିସାବରେ ବିଧାୟକ ତାଙ୍କ କଥା ଶୁଣି ନେବା ଉଚିତ୍ ହୋଇଥା’ନ୍ତା।   

Cuttack Bjd Mla