Advertisment

ସିଂହନାଥ ପୀଠ ଜାଗର ଯାତ୍ରା ପାଇଁ ଟି-ସେତୁରେ ଗାଡ଼ି ଚଳାଚଳ ମନା

୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ ଘଣ୍ଟିକା ପର୍ଯ୍ୟନ୍ତ ଟି-ସେତୁ ଦେଇ ସମସ୍ତ ଯାନବାହନ ବନ୍ଦ ରହିବ।

T-Bridge to Baramba

T-Bridge to Baramba

Advertisment

ଫେବ୍ରୁଆରୀ ୧୮ ତାରିଖରେ ପଡ଼ୁଛି ମହାଶିବ ରାତ୍ରୀ। ସେହିଦିନ କଟକ ଜିଲ୍ଲା ବଡ଼ମ୍ୱା ସିଂହନାଥ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ସେଥିପାଇଁ ଆଗୁଆ ସତର୍କ ହୋଇଛି କଟକ ଜିଲ୍ଲା ପ୍ରଶାସନ। ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ ଘଣ୍ଟିକା ପର୍ଯ୍ୟନ୍ତ ଟି-ସେତୁ ଦେଇ ସମସ୍ତ ଯାନବାହନ ବନ୍ଦ ରହିବ। ଆଜି ବସିଥିବା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

Advertisment

ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ବାଉଁଶ ବାରିକେଟ କରାଯିବ। ଉଭୟ ପାର୍ଶ୍ୱରରେ ୧୦ କିଲୋମିଟର ପରିଧି ଭିତରେ ଯାନବାହନ ଚଳାଚଳ ବନ୍ଦ ରହିବ। ଏନେଇ ପ୍ରଚାର ପ୍ରସାର କରାଯିବ ବୋଲି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ସାଧାରଣ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସେତୁ ଉପରେ ଆଲୋକି କରଣ କରାଯିବ। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରବେଶିକା ଫି’ ୫ ଟଙ୍କା କରାଯିବ ବୋଲି ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ସିଂହନାଥ ପୀଠରେ ମହାଶିବ ରାତ୍ରୀ ପାଇଁ ଆଜି OTDC ବଙ୍ଗଳାରେ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ବିଧାୟକ ଦେବୀପ୍ରସାଦ ମିଶ୍ର, ବଡମ୍ବା ବ୍ଲକ୍‌ ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡମ୍ବା ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବଡମ୍ବା ତହସିଲଦାର ତଥା ଦେବୋତ୍ତର ବିଭାଗର ମୁଖ୍ୟ ନୀଳକଣ୍ଠ ବେହେରା, ବାଙ୍କୀ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, ବାଙ୍କୀ ପୁଲିସ୍‌ ଅଧିକ୍ଷକ ଜ୍ଞାନରଞ୍ଜନ ମିଶ୍ର, ବୈଦେଶ୍ଵର ଥାନା ଅଧିକାରୀ ସମରେନ୍ଦ୍ର ପାଇକରାଏ, ସ୍ଥାନୀୟ ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ ଓ ବୈଦେଶ୍ଵର ସରପଞ୍ଚ ସୁରଞ୍ଜନ ପଣ୍ଡାଙ୍କ ସମେତ ସିଂହନାଥମନ୍ଦିରର ସେବାୟତ ଗଣ ଉପସ୍ଥିତ ରହିଥିଲେ।

Advertisment

ମକର ମେଳା ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଅଞ୍ଜନା ସ୍ୱାଇଁଙ୍କ ପାଇଁ ଆଜିର ବୈଠକରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ମକର ମେଳାରେ ଘଟିଯାଇଥିବା ଅଘଟଣ ଯେପରି ଆଗକୁ ନଘଟିବ, ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe