Advertisment

ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍

ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପାଳନ ଅବସରରେ ଉଦଘାଟିତ ଏହି ମ୍ୟୁଜିୟମରେ ୨୦୦ ବର୍ଷର ପୁରୁଣା କୋର୍ଟ ଅର୍ଡର, କାଗଜପତ୍ର, ପୁରୁଣା ଫଟୋ, କୋର୍ଟ ରୁମ, ମେସିନ୍ ଓ ଆସବାବପତ୍ର ସ୍ଥାନ ପାଇଛି।

ଅଦ୍ୟତନ ହୋଇଛି
Governor Ganeshi Lal inaugurated the Museum of Justice

Governor Ganeshi Lal inaugurated the Museum of Justice

Advertisment

କଟକ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସ ଆଜି ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କ ସମେତ ହାଇକୋର୍ଟର ବିଚାରପତି ବୃନ୍ଦ, ପୁଲିସ ଡିଜି ଯୋଗ ଦେଇଥିଲେ।

Advertisment

ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପାଳନ ଅବସରରେ ଉଦଘାଟିତ ଏହି ମ୍ୟୁଜିୟମରେ ୨୦୦ ବର୍ଷର ପୁରୁଣା କୋର୍ଟ ଅର୍ଡର, କାଗଜପତ୍ର, ପୁରୁଣା ଫଟୋ, କୋର୍ଟ ରୁମ, ମେସିନ୍ ଓ ଆସବାବପତ୍ର ସ୍ଥାନ ପାଇଛି। ଏହା ଆଗକୁ ଆଇନ ଛାତ୍ରଛାତ୍ରୀ, ଆଡଭୋକେଟ, ବିଚାରପତି ଓ ସାଧାରଣ ଲୋକଙ୍କ ପାଇଁ ଏକ ଶିକ୍ଷଣୀୟ ସ୍ଥାନ ହେବ ବୋଲି କୁହାଯାଇଛି।

ଏହି ମ୍ୟୁଜିୟମ ଦ୍ୱାରା ସାଧାରଣ ଲୋକ ଆଇନ ବିଷୟରେ ଜାଣିବାକୁ ପାଇବା ସହ ଆଇନଜ୍ଞଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି।

Advertisment

ଏହି ମ୍ୟୁଜିୟମ ୧୦୦ ବର୍ଷର ପୁରୁଣା ଏକ ବଙ୍ଗଳାରେ ପ୍ରତିଷ୍ଠା ହୋଇଛି। ଏଏଥିରେ ୭ଟି ଗ୍ୟାଲେରୀ ରହିଥିବା ବେଳେ ପ୍ରତ୍ୟେକ ଗ୍ୟାଲେରୀରେ ବହୁ ପୁରାତନ କୋର୍ଟ ସାମଗ୍ରୀ, ଫଟୋ, କୋର୍ଟ ଅର୍ଡର ଓ ପୁସ୍ତକ ସ୍ଥାନ ପାଇଛି।

ମ୍ୟୁଜିୟମ୍‌ର ଗୋଟିଏ ଗ୍ୟାଲେରୀରେ ହାଇକୋର୍ଟର ଅବିକଳ ମଡେଲ ରହିଛି। ଦ୍ୱିତୀୟ ଗ୍ୟାଲେରୀରେ ପୁରୁଣା ଘଣ୍ଟା, ଟାଇପ୍ ରାଇଟର ମେସିନ, କାଲକୁଲେଟର, ଅର୍ଡଲି ବ୍ୟାଚ୍, ହାଇକୋର୍ଟ ଗାଉନ, କାଠ ସିଲ୍ ରହିଛି। ତୃତୀୟ ଗ୍ୟାଲେରୀରେ ମଙ୍କ କୋର୍ଟ ରୁମ ରହିଛି। ଯେଉଁଥିରେ ପୁରୁଣା ଓହଳ ପଙ୍ଖା ଲାଗିଛି। ଚତୁର୍ଥ ଗ୍ୟାଲେରୀରେ ୧୮୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ଅର୍ଡର, ଖବର କାଗଜ ଲେଖା, ବିଭିନ୍ନ ଭାଷାରେ କୋର୍ଟଙ୍କ ନିର୍ଦ୍ଦେଶ ସ୍ଥାନ ପାଇଛି। ସେହିପରି ଅନ୍ୟ ଗ୍ୟାଲେରୀରେ ଆଇନ ପୁସ୍ତକ, ଆସବାବପତ୍ର ରହିଛି। ଇନଟାକ୍ ସଂସ୍ଥା ପକ୍ଷରୁ ଏହି ପୁରାତନ ଡାକବଙ୍ଗଳାକୁ ସଂରକ୍ଷଣ କରି ନୂଆରୂପ ଦିଆଯାଇଛି ।

ମ୍ୟୁଜିୟମ ପରିସରରେ ସୁନ୍ଦର ଲନ ଓ ସାଜସଜା କରାଯାଇଥିବା ବେଳେ ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲା ରହିବ।

Odisha Highcourt Odisha Museum
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe