Advertisment

ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: କେନ୍ଦ୍ର ଆଇନମନ୍ତ୍ରୀ

ସେହିପରି ସମଗ୍ର ଦେଶରେ ଇ-କୋର୍ଟ କାର୍ଯ୍ୟକାରୀ କରାଯିବା ସହ କୋର୍ଟକୁ ପପେର ଲେସ୍ କରାଯିବ ଓ ନ୍ୟାୟପାଳିକାର ଅପବ୍ୟବହାରରେ ବିଦେଶୀ ଲିଙ୍କ୍ ରହିଥିବା ସେ କହିଛନ୍ତି।

ଅଦ୍ୟତନ ହୋଇଛି
Union Law Minister Kiren Rijiju

Union Law Minister Kiren Rijiju

Advertisment

ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ। ପୂର୍ବ ଭାରତର ରାଜ୍ୟଗୁଡିକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶମାନଙ୍କର ପ୍ରଥମ ସମ୍ମିଳନୀରେ ଆଜି ଏହା କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ। ସେହିପରି ସମଗ୍ର ଦେଶରେ ଇ-କୋର୍ଟ କାର୍ଯ୍ୟକାରୀ କରାଯିବା ସହ କୋର୍ଟକୁ ପପେର ଲେସ୍ କରାଯିବ ଓ ନ୍ୟାୟପାଳିକାର ଅପବ୍ୟବହାରରେ ବିଦେଶୀ ଲିଙ୍କ୍ ରହିଥିବା ସେ କହିଛନ୍ତି।

Advertisment

ଏହି ସମ୍ମିଳନୀ ଭୁବନେଶ୍ୱର ଅନ୍ତର୍ଗତ ପାହାଳ ସ୍ଥିତ ପାଲ ହାଇଟସ୍ ମିନ୍ତ୍ରାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି. ନାଗରତ୍ନା, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାର ପତି ଡକ୍ଟର ଜଷ୍ଟିସ୍ ଏସ ମୁରଲୀଧର, ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ଵିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

କେନ୍ଦ୍ର ଆଇନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ଦେଶର ବିଭିନ୍ନ ବିଚାରାଳୟରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ତୁରନ୍ତ ଏହାର ସମାଧାନ ନହେଲେ ମାମଲା ସଂଖ୍ୟା ୫ କୋଟି ଅତିକ୍ରମ କରିଯିବ। ଏହାର ସମାଧାନ ପାଇଁ ଟେକ୍ନୋଲୋଜି ଜରୁରୀ। ଯେଉଁଥିପାଇଁ ଚଳିତ ବଜେଟରେ ଇ-କୋର୍ଟ ଫେଜ୍-୩ କାର୍ଯ୍ୟକାରୀ କରିବା ପାଇଁ ୭୦୦୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର୍ ଲେସ ହେବ। ଏହା କରାନଗଲେ ବର୍ଷ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ କୋର୍ଟର ଦ୍ୱରାସ୍ଥ ହେବାକୁ ପଡିବ।

Advertisment

ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଦେଶ ବିରୋଧୀ ଓ ନ୍ୟାୟପାଳିକାର ଅପବ୍ୟବହାର ଭଳି କାର୍ଯ୍ୟ କରିଥାନ୍ତି। ବେଶୀ ନୁହେଁ ଏମାନେ ଗୋଟେ ଗୋଷ୍ଠୀ ଅଛନ୍ତି। ଯେଉଁମାନଙ୍କର ବିଦେଶୀ ଲିଙ୍କ ରହିଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି।

ପଶ୍ଚିମଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସେ କହିଛନ୍ତି, ଏହାର ଶେଷ ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ନେବାକୁ ହେବ। ଆମେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମିକୁ ତିଆରି ଓ ସୁଦୃଢ କରିବାର ଦାୟିତ୍ଵ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର। ଏ ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ। ସଂସଦରେ ଏହାକୁ ନେଇ ଓଡ଼ିଶା ସାଂସଦମାନେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ମଧ୍ୟ ସଂସଦରେ ସେ ଦେଇସାରିଛନ୍ତି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି।

ଏହି ସମ୍ମିଳନୀରେ ଓଡିଶା, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଅଣ୍ଡାମାନ ନିକୋବାରରୁ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ହେଉଛି।

ପୂର୍ବାଞ୍ଚଳର ୯ ଗୋଟି ରାଜ୍ୟଗୁଡ଼ିକର ଆଇନ ଅଧିକାରୀମାନେ ଏହି କନଫରେନ୍ସରେ ଯୋଗ ଦେଇଥିଲେ। ଏଥିରେ ହାଇକୋର୍ଟ ଜଜମାନେ ଯୋଗ ଦେଇଛନ୍ତି। ଏହି ଅଧିବେଶନରେ ମୁଖ୍ୟତଃ ଆଇନଗତ ସମସ୍ୟାକୁ ନେଇ ଆଲୋଚନା ହୋଇଛି। ଉଭୟ ପକ୍ଷଙ୍କ ମତାମତ ଦ୍ୱାରା ଅନେକ ସମସ୍ୟାର ସମାଧାନ ବାଟ ମଧ୍ୟ ବହାରିପାରୁଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

Court Jhatka High Court Bench
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe