Advertisment

ବଦଳିଲା ମାଟ୍ରିକ୍‌ ପରୀକ୍ଷା ଢାଞ୍ଚା; ହଟିଲା ସମ୍ମେଟିଭ୍‌

ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ମେ’ ୨୬ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଜୁଲାଇ ୩ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ।

ଅଦ୍ୟତନ ହୋଇଛି
undefined

matric-exam

Advertisment

ବଦଳିଲା ମାଟ୍ରିକ୍‌ ପରୀକ୍ଷା ଢାଞ୍ଚା। କରୋନା ପାଇଁ ଗତ ଦୁଇ ବର୍ଷ ଧରି ନବମ ଓ ଦଶମରେ ହେଉଥିବା ସମ୍ମେଟିଭ୍‌ ପରୀକ୍ଷା ଆଉ ହେବନାହିଁ। କିନ୍ତୁ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ଓ ହାପ୍‌ ଇଅଲି ପରୀକ୍ଷା ହେବ। ଏଥିସହ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ରାମାଶିଷ ହାଜରା କହିଛନ୍ତି, ନବମ ଶ୍ରେଣୀରେ ହେଉଥିବା ଦୁଇଟି ସମ୍ମେଟିଭ୍‌ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ନବମ ଶ୍ରେଣୀରେ ଆଉ ସମ୍ମେଟିଭ୍‌ ପରୀକ୍ଷା ହେବନାହିଁ। କେବଳ ବାର୍ଷିକ ପରୀକ୍ଷା ହେବ। ସେଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ। ବୋର୍ଡ ପ୍ରଶ୍ନପତ୍ର ସବୁ ଡିଇଓଙ୍କୁ ପଠାଇବ। ତା’ପରେ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ। ସ୍କୁଲ ପରୀକ୍ଷା କରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷାଫଳ ପ୍ରକାଶ କରିବ ବୋଲି ବୋର୍ଡ ସଭାପତି କହିଛନ୍ତି।

ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ମେ’ ୨୬ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ହେବ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ନବମ ଶ୍ରେଣୀରେ ଦୁଇଟି ଲେଖାଏଁ ସମ୍ମେଟିଭ୍‌ ପରୀକ୍ଷା କରିଥିଲା। ଏବେ କିନ୍ତୁ କୋଭିଡ୍‌ ଭୟ ଅଟିଛି। ପିଲାମାନେ ସ୍କୁଲ ଆସୁଛନ୍ତି। ଶ୍ରେଣୀ ଗୃହରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ସେହି ଦୃଷ୍ଟିରୁ ବୋର୍ଡ କରୁଥିବା ସମ୍ମେଟିଭ୍‌ ପରୀକ୍ଷାକୁ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି।

Cuttack Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe