Advertisment

ସ୍ଥଗିତ ରହିଲା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବାକୁ ଥିବା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରାଯାଇଛି। ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପୁରସ୍କାର ଚୟନକୁ ନେଇ ହାଇକୋର୍ଟରେ ପିଟିସନ କରିଥିଲେ ବବି ଇସଲାମ। ଏହି ପିଟିସନ ଆଧାରରେ ହାଇକୋର୍ଟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୁରସ୍କାର ନିମନ୍ତେ ଘୋଷଣା ହୋଇଥିବା ସମସ୍ତ ୨୭ ବିଭାଗର ପୁନଃ ମୂଲ୍ୟାୟନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁନଃ […]

ଆଠଗଡ଼ ଋଣ ଘୋଟାଲା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

orissa-high-court

Advertisment

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବାକୁ ଥିବା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରାଯାଇଛି। ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପୁରସ୍କାର ଚୟନକୁ ନେଇ ହାଇକୋର୍ଟରେ ପିଟିସନ କରିଥିଲେ ବବି ଇସଲାମ। ଏହି ପିଟିସନ ଆଧାରରେ ହାଇକୋର୍ଟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ପୁରସ୍କାର ନିମନ୍ତେ ଘୋଷଣା ହୋଇଥିବା ସମସ୍ତ ୨୭ ବିଭାଗର ପୁନଃ ମୂଲ୍ୟାୟନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁନଃ ମୂଲ୍ୟାୟନ କରି କୋର୍ଟ ଏବଂ ପିଟିସନରଙ୍କୁ ଜଣାଇବେ। ଜାନୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ନଭେମ୍ବର ୫ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବିବାଦ ଦେଖାଦେଇଥିଲା। ସଂଗୀତ ନିର୍ଦ୍ଦେଶକ ବବି ଇସଲାମ୍ କୋର୍ଟରେ ଏକ ମାମଲା କରିଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଥିବା ଦୁଇ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ’ ବିରୋଧରେ କୋର୍ଟରେ ପିଟିସନ୍ ଦାଖଲ କରିଥିଲା।

Advertisment

ତାଙ୍କ ଅଭିଯୋଗ ମୁତାବକ, ଏହି ଦୁଇଟି ଯାକ ଚଳଚ୍ଚିତ୍ର ବାହାର ଭାଷାରେ ନିର୍ମିତ ଚଳଚ୍ଚିତ୍ରର ରିମେକ୍। ଯେଉଁକାରଣରୁ ଓଡ଼ିଆ ସିନେମାର ମୌଳିକତା ନଷ୍ଟ ହୋଇଛି। ତେବେ ଏସବୁ ପ୍ରସଙ୍ଗକୁ ନେଇ ସେ ହାଇକୋର୍ଟରେ ପିଟିସନରେ ଜଣାଇଥିଲେ। ଏହି ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି ଥିଲା। କୋର୍ଟ ଏ ନେଇ ସଂସ୍କୃତି ବିଭାଗର ସଚିବ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ଠାରୁ ଜବାବ ମାଗିଥିଲେ। ସେମାନେ ଯେଉଁ ଜବାବ ଦାଖଲ କରିଥିଲେ ତାହା ପର୍ଯ୍ୟାପ୍ତ ହେଲା ନାହିଁ। ତେଣୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୭ ତାରିଖ ଧାର୍ଯ୍ୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe