/odisha-reporter/media/post_attachments/uploadimage/library/16_9/16_9_0/Accident_1674711424.jpg)
Accident
ମୋ ବସ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ। କଟକ ଏସସିବି ମେଡିକାଲ ନିକଟ ତାଳଦଣ୍ଡା କେନାଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ତାଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାଯାଇଛି। ତାଙ୍କୁ ଛାତିରେ ଛାତିରେ ଗଭୀର ଆଘାତ ଲାଗିଥିଲା।
Advertisment
ଗତକାଲି ସନ୍ଧ୍ୟା ସମୟରେ ବୃଦ୍ଧ ଜଣଙ୍କ ସାଇକେଲରେ ଯାଉଥିବା ବେଳେ ଏସସିବି ମେଡିକାଲ ନିକଟ ତାଳଦଣ୍ଡା କେନାଲ ରାସ୍ତାରେ ମୋ ବସ୍ ବୃଦ୍ଧଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ମୋ ବସ୍ ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ସମୟରେ ମୋ ବସ୍ରେ କେହି ଯାତ୍ରୀ ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
