Advertisment

ଅଟୋ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା;ଜଣେ ମୃତ,୪ଆହତ

ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା

Accident

Accident

Advertisment

କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କୋକଳବା ଛକ ନିକଟରେ ଏକ ଅଟୋ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ପୁଷ୍ପଲତା ସାହୁ (୨୮)। ତାଙ୍କ ଘର ସରଧାପୁର ବରଡିହ ଗାଁରେ ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ଜଣେ ଶିଶୁଥିବା ଜଣାଯାଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଗତକାଲି ବିଳମ୍ବିତ ରାତିରେ ଅଟୋଟି ୪ଜଣ ଯାତ୍ରୀଙ୍କୁ ନେଇ ଗଣିଆ ଡଙ୍କାରି ସାହିରୁ ଆସୁଥିଲା। ଏହି ସମୟରେ କୋକଳବା ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଥିଲେ। ଅଟୋରେ ଡ୍ରାଇଭର ସମେତ ୫ଜଣ ଥିଲେ।

ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରୁଛି।

Advertisment
Roadaccident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe