Advertisment

ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ହାତୀ ଶିକାର, କାଟିନେଲେ ଦାନ୍ତ

ମାଣିଆବନ୍ଧ ବିଟ ଅଧିନ ହିନ୍ଦୋଳ କମ୍ପାଟମେଣ୍ଟର-୧ ସ୍ଥିତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଏହି ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଠାବ ହୋଇଛି।

ଅଦ୍ୟତନ ହୋଇଛି
elephant prey

elephant prey

Advertisment

କଟକ ଜିଲ୍ଲା ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ୍ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ପୁଣି ଏକ ଦନ୍ତା ହାତୀକୁ ଶିକାର କରିଛନ୍ତି ଶିକାରୀ। ମାଣିଆବନ୍ଧ ବିଟ ଅଧିନ ହିନ୍ଦୋଳ କମ୍ପାଟମେଣ୍ଟର-୧ ସ୍ଥିତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଏହି ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଦୁଇ ଦିନ ହେବ ଗୁଳି ବିଦ୍ଧ ଦନ୍ତା ହାତୀର ମୃତଦେହ ଜଙ୍ଗଲରେ ପଡିରହିଥିଲା। ଶିକାର କରିବା ପରେ ଶିକାରୀ ହାତୀର ଦାନ୍ତ କାଟି ନେଇଛନ୍ତି। ମଙ୍ଗଳବାର ଦିନ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ, ମୃତ ହାତୀକୁ ଦେଖି ବନବିଭାଗକୁ ଖବର ଦେଇଥିଲେ।

Advertisment

ପରେ ବନବିଭାଗ ଓ ବଡମ୍ବା ପ୍ରାଣୀଧନ ଚିକିତ୍ସାଧିକାରୀ ଘଟଣାସ୍ଥଳକୁ ଯାଇ ପୋଷ୍ଟମର୍ଟମ କରିଛନ୍ତି। ଘଟଣା ସ୍ଥଳରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ଓ ଏସିଏଫ ଘନଶ୍ୟାମ ମୁଦୁଲି ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ତେବେ ହାତୀର କେଉଁ କେଉଁ ସ୍ଥାନରେ ଗୁଳି ବାଜିଛି ଓ ଦନ୍ତା ହାତୀର ଦାନ୍ତ କିଏ ନେଲା ସେ ନେଇ ସ୍ପଷ୍ଟ ହୋଇନି ବୋଲି ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି।

ସେପଟେ ଦୁଇ ଦିନ ହେବ ଘଟଣା ଘଟିଥିଲେ ମଧ୍ୟ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡିଏଫଓ କିମ୍ବା ରେଞ୍ଜର ସୂଚନା ଦେଇନଥିବା ନେଇ ପ୍ରଶ୍ନ ଉଠିଛି।

Advertisment

ଏହା ପୂର୍ବରୁ ନରସିଂହପୁରରୁ ୪ଟି ଓ ବଡମ୍ବାରୁ ୪ଟି ଦନ୍ତା ହାତୀର କଙ୍କାଳ ଠାବ ହୋଇଥିଲା। ସେହିପରି ୨ଟି ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲେ। ବଡ଼ମ୍ବା ଜଙ୍ଗଲରେ ହାତୀ ଶିକାର ଗଜରାଜଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe