Advertisment

ମୃତ ରୋଗୀକୁ ଜୀବିତ କହି ଲୁଟି ଚାଲିଥିଲା ନର୍ସିଂହୋମ, ସିଲ୍ କଲା ପୁଲିସ

କଟକ (ଓଡ଼ିଶା ରିପୋର୍ଟର): ଏସ୍‌ସିବିକୁ ଦଲାଲମୁକ୍ତ କରିବାକୁ କଟକ କମିଶନରେଟ ପୋଲିସ  ମିଶନ ଜୋରଦାର କରିଛି। ଗତ କିଛି ଦିନ ଭିତରେ ଏସ୍‌ସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସିଂହୋମକୁ ସିଲ୍ କରାଯାଇଛି।  ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍‌ପିଟାଲ ନାଁରେ ରବିବାର ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା। ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳା ଗତ ୩୦ ତାରିଖରେ ଗୁରୁତର ଅବସ୍ଥାରେ ଏସ୍‌ସିବି କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। […]

ଅଦ୍ୟତନ ହୋଇଛି
ମୃତ ରୋଗୀକୁ ଜୀବିତ କହି ଲୁଟି ଚାଲିଥିଲା ନର୍ସିଂହୋମ, ସିଲ୍ କଲା ପୁଲିସ

bnm

Advertisment

କଟକ (ଓଡ଼ିଶା ରିପୋର୍ଟର): ଏସ୍‌ସିବିକୁ ଦଲାଲମୁକ୍ତ କରିବାକୁ କଟକ କମିଶନରେଟ ପୋଲିସ  ମିଶନ ଜୋରଦାର କରିଛି। ଗତ କିଛି ଦିନ ଭିତରେ ଏସ୍‌ସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସିଂହୋମକୁ ସିଲ୍ କରାଯାଇଛି।  ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍‌ପିଟାଲ ନାଁରେ ରବିବାର ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା। ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳା ଗତ ୩୦ ତାରିଖରେ ଗୁରୁତର ଅବସ୍ଥାରେ ଏସ୍‌ସିବି କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ।

Advertisment

ତେବେ ସେଠାରେ ଜଣେ ଦଲାଲ ତାଙ୍କୁ ପ୍ରଲୋଭିତ କରି କାଠଗୋଲା ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ପଠାଇ ଦେଇଥିଲେ। ସମ୍ପୃକ୍ତ ରୋଗୀଙ୍କର ଦୁଇ ଦିନ ତଳେ ଆଇସିୟୁରେ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଗୀ ବଞ୍ଚିଥିବା କହି ଟଙ୍କା ନେଇ ଚାଲିଥିଲେ।  ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ପୁଲିସ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସୋମବାର କଟକ ସିଡ଼ିଏମଓ ଏବଂ ପୁଲିସ ମିଳିତ ଭାବରେ ସଂପୃକ୍ତ ନର୍ସିଂହୋମରେ ଚଢାଉ କରିଥିଲେ । ଯାଞ୍ଚବେଳେ ବିନା ଲାଇସେନ୍ସ ଓ ପ୍ରମାଣପତ୍ରରେ ବେଆଇନ ଭାବରେ ଦୀର୍ଘଦିନ ହେଲା ଏହି ନର୍ସିଂହୋମ ଚାଲଥିବା ଜଣାପଡ଼ିବା ପରେ ସେହି ନର୍ସିଂହୋମକୁ ସିଲ କରିଦିଆଯାଇଛି।

ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ୍ ଆଗକୁ ଅନ୍ତର୍ଜାତୀୟସ୍ତରୀୟ ହସ୍ପିଟାଲରେ ପରିଣତ ହେବାକୁ ଯାଉଥିବା ବେଳେ ଏହାକୁ ଦଲାଲ ମୁକ୍ତ କରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଏବେ ସୁଦ୍ଧା ୯ ଜଣକୁ ଗିରଫ କଲାଣି ମଙ୍ଗଳାବାଗ୍ ଥାନା ପୁଲିସ। ତେବେ ଏଇ ରାକେଟରେ ବହୁ  ଡାକ୍ତର, କର୍ମଚାରୀ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ସମ୍ପୃକ୍ତ ରହିଛି ବୋଲି ପୁଲିସ ଜାଣିବାକୁ ପାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe