Advertisment

ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଣେ ଗିରଫ

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ଆକ୍ସନ୍ ମୋଡକୁ ଆସିଛି ପୁଲିସ୍। ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ପୁଲିସ୍ ଆଜି ଜଣକୁ ଗିରଫ କରିଛି। ଜଗତପୁରର ମାଞ୍ଜା ସୂତା ବିକ୍ରି କରୁଥିବା ଜଣେ ଦୋକାନୀକୁ ପୁଲିସ୍ କରିଛି। ଗିରଫ ବ୍ୟକ୍ତ ଜଣକ ହେଲେ ସେକ୍ ଅନୱର। ରବିବାର ମାଞ୍ଜା ସୂତା ଲାଗି କଟକରେ ବଡ ଅଘଟଣ ଘଟିଥିଲା। ବାଇକରେ ସ୍ତ୍ରୀଙ୍କୁ ନେଇ ପୀରବଜାର ରାସ୍ତାରେ ଯାଉଥିଲେ କଟକ ଭୈୟରପୁରର […]

ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଣେ ଗିରଫ

ctc1

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ଆକ୍ସନ୍ ମୋଡକୁ ଆସିଛି ପୁଲିସ୍। ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ପୁଲିସ୍ ଆଜି ଜଣକୁ ଗିରଫ କରିଛି। ଜଗତପୁରର ମାଞ୍ଜା ସୂତା ବିକ୍ରି କରୁଥିବା ଜଣେ ଦୋକାନୀକୁ ପୁଲିସ୍ କରିଛି। ଗିରଫ ବ୍ୟକ୍ତ ଜଣକ ହେଲେ ସେକ୍ ଅନୱର।

Advertisment

ରବିବାର ମାଞ୍ଜା ସୂତା ଲାଗି କଟକରେ ବଡ ଅଘଟଣ ଘଟିଥିଲା। ବାଇକରେ ସ୍ତ୍ରୀଙ୍କୁ ନେଇ ପୀରବଜାର ରାସ୍ତାରେ ଯାଉଥିଲେ କଟକ ଭୈୟରପୁରର ଜୟନ୍ତ ସାମଲ। ତାଙ୍କ ମୁଣ୍ଡରେ ହେଲମେଟ୍ ଥିଲା। ହଠାତ୍ ରାସ୍ତା ଉପରେ ତାଙ୍କ ବେକରେ ଲାଗି ଯାଇଥିଲା ଗୁଡିର ଧାରୁଆ ମାଞ୍ଜା ଲଗା ସୂତା। କେହି କିଛି ଭାବିବା ଆଗରୁ ସ୍ପଷ୍ଟ ଦିବାଲୋକରେ ଜୟନ୍ତଙ୍କ ବେକ କଟିଗଲା। ପ୍ରଚୁର ରକ୍ତସ୍ରାବ ହେବା ପରେ ଛଟପଟ ହୋଇ ବାଇକରୁ ତଳେ ପଡିଯାଇଥିଲେ ଜୟନ୍ତ। ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦିନରେ କଟକ ପରେ ରାତିରେ ଘଟିଥିଲା ଆଉଏକ ଘଟଣା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବାକୁ ସାଇକେଲରେ ଯାଉଥିଲେ ପୁରୀ କୁଣ୍ଢେଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର। ଡାକ୍ତରଖାନା ଛକ ପାଖ ମାଳିଯାଗା ନିକଟରେ ତାଙ୍କ ବେକରେ ଲାଗିଯାଇଥିଲା ମାଞ୍ଜା ସୂତା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କ ବେକରେ ଷ୍ଟିଚ୍ କରି ଚିକିତ୍ସା କରିଥିଲେ। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

Advertisment

ତେବେ ଗୁଡିର ମାଞ୍ଜା ସୂତାରେ ଜଣଙ୍କର ଜୀବନ ଚାଲିଯିବା ପରେ ପ୍ରଶାସନର ଚେତା ପଶିଛି। ସ୍ପେଶାଲ୍ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରିଛି ପୁଲିସ। ବେଆଇନ୍ ମାଞ୍ଜା ସୂତା ବିକ୍ରି କରୁଥିବା ଉଭୟ ଦୋକାନୀ ଏବଂ ପ୍ଲାଷ୍ଟିକ ସୂତାରେ ଗୁଡି ଉଡାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ସେପଟେ ପୁରୀରେ ନିଜ ଆଡୁ ମାମଲା ରୁଜୁ କରିଛି କୁମ୍ଭାରପଡ଼ା ପୁଲିସ୍ ଉପଜିଲ୍ଲାପାଳ କହିଛନ୍ତି, ବେଆଇନ୍ ଗୁଡ଼ି ସୂତା ବିକ୍ରି ହେଉଥିବା ଦୋକାନରେ ଚଢ଼ାଉ ଜୋରଦାର ହେବ।

ସୂଚନାଯୋଗ୍ୟ, ୨୦୧୫ରୁ ଏଯାଏ କଟକରେ ମାଞ୍ଜା ସୂତାରେ କଟି ୪ ଜଣଙ୍କ ଜୀବନ ଯାଇଛି। ୧୪ରୁ ଅଧିକ ଆହତ ହୋଇଛନ୍ତି। ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ବ୍ୟାନ ଲଗାଇଥିଲେ ହାଇକୋର୍ଟ। ତଥାପି ସାହି ଗଳିରେ ମାଞ୍ଜା ସୂତା ଲଗାଇ ବେଧଡକ ଗୁଡି ଉଡ଼ା ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe