Advertisment

କନଷ୍ଟେବଲ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଆବେଦନକାରୀଙ୍କ ବୟସ ୪ ବର୍ଷ କୋହଳ ନିର୍ଦ୍ଦେଶ

ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଆସନ୍ତା ଫେବୃଆରୀ ୧୦ ତାରିଖ ଯାଏଁ ଆବେଦନ ଗ୍ରହଣ କରିବା ସହ ସେହି ମାସ ୨୦ ତାରିଖରେ ପରୀକ୍ଷା କରିବାକୁ କୋର୍ଟ କହିଛନ୍ତି

undefined

Orissa High Court

Advertisment

ଓଡ଼ିଶା ପୁଲିସ୍‌ କନଷ୍ଟେବଲ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମାକୁ ଆଉ ୪ ବର୍ଷ ପାଇଁ ବୃଦ୍ଧି କଲେ ଓଡିଶା ହାଇକୋର୍ଟ। ତେବେ ଗତ ଡ଼ିସେମ୍ବର ୩୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପାଇଁ ଏହି କୋହଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment

କୋର୍ଟଙ୍କ ଏହି ନିର୍ଦ୍ଦେଶ ଆଧାରରେ ଆସନ୍ତା ୩୦ ତାରିଖ ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଜଷ୍ଟିସ୍‌ ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ କହିଛନ୍ତି। ସେହିପରି ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଆସନ୍ତା ଫେବୃଆରୀ ୧୦ ତାରିଖ ଯାଏଁ ଆବେଦନ ଗ୍ରହଣ କରିବା ସହ ସେହି ମାସ ୨୦ ତାରିଖରେ ପରୀକ୍ଷା କରିବାକୁ କୋର୍ଟ କହିଛନ୍ତି।

ଗତ ଡ଼ିସେମ୍ବର ୩୦ ତାରିଖରେ ୪୭୯୦ଟି ଓଡ଼ିଶା ପୁଲିସ କନଷ୍ଟେବଲ ପଦବୀ ପାଇଁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ସମାନ ପଦବୀ ପାଇଁ ଶେଷ ଥର ୨୦୧୮ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା କାରଣରୁ ୪ ବର୍ଷ ଧରି କନଷ୍ଟେବଲ ନିଯୁକ୍ତି ହୋଇନଥିଲା।

Advertisment

ଅନ୍ୟପଟେ କରୋନା କାରଣରୁ ଗତ ୨୦୨୨ ଜାନୁଆରୀ ୧୧ ତାରିଖରେ ସମସ୍ତ ସରକାରୀ ଚାକିରି ପାଇଁ ବୟସସୀମା ବୃଦ୍ଧି କରାଯିବ ବୋଲି ସେହି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ହେଲେ କନଷ୍ଟେବଲଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରାଯାଇନଥିଲା। ଏହାକୁ ବିରୋଧ କରି କନଷ୍ଟେବଲ ଆଶାୟୀମାନେ ସମୟସୀମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା କୋହଳ କରିଥିଲେ ମଧ୍ୟ ଅନ୍ୟ ପଦବୀ ଭଳି ପୁଲିସ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ  ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଛନ୍ତି।

Odisha Police Odisha Highcourt Odisha Government
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe