Advertisment

୫ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ନୋଟିସ୍‌

ଜଏଣ୍ଟ ଟାସ୍କ ଫୋର୍ସ ଆବାହକ ତଥା ପିସିସିଏଫ ମନୋଜ ନାୟାର ଆଜି କୋର୍ଟରେ ହୋଇଥିଲେ। ସେ କୋର୍ଟଙ୍କୁ ଅବଗତ କରାଇ କହିଛନ୍ତି, ଜାନୁଆରୀ ୧୮ ତାରିଖରୁ ଆଜି ପର୍ଯ୍ୟନ୍ତ ୧୪ଟି ହାତୀଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
undefined

Orissa High Court

Advertisment

ବିଦ୍ୟୁତ ଆଘାତରୁ କିପରି ହାତୀମାନଙ୍କୁ ସୁରକ୍ଷା ଦିଆଯାଇପାରିବ? ସେ ନେଇ ଜବାବ ଦେବାକୁ ଓଡିଶା ହାଇକୋର୍ଟ ଆଜି ୫ଟି ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା ନୋଟିସ୍‌ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୦କୁ ଧାର୍ଯ୍ୟ କରିଛନ୍ତି କୋର୍ଟ।

Advertisment

ଅନ୍ୟପକ୍ଷରେ ଜଏଣ୍ଟ ଟାସ୍କ ଫୋର୍ସ ଆବାହକ ତଥା ପିସିସିଏଫ ମନୋଜ ନାୟାର ଆଜି କୋର୍ଟରେ ହୋଇଥିଲେ। ସେ କୋର୍ଟଙ୍କୁ ଅବଗତ କରାଇ କହିଛନ୍ତି, ଜାନୁଆରୀ ୧୮ ତାରିଖରୁ ଆଜି ପର୍ଯ୍ୟନ୍ତ ୧୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ଟି ଶିକାରୀଙ୍କ ଦ୍ୱାରା, ୪ଟି ବିଦ୍ୟୁତ ଆଘାତରେ, ୩ଟି ହାତୀ ରୋଗଗସ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ୧୪ଟି ହାତୀ ମୃତ୍ୟୁ ପ୍ରସଙ୍ଗରେ ମୋଟ୍‌ ୬ଟି ମାମଲା ରୁଜୁ କରାଯାଇଛି। ତେବେ ଗତ ଜାନୁଆରୀ ୧୮ ତାରିଖରୁ ଆଜି ପର୍ଯ୍ୟନ୍ତ ହାତୀ ମଣିଷ ଲଢେଇରେ ମୋଟ୍‌ ୧୮ ଜଣ ଆହତ ହୋଇଥିବା ସେ କୋର୍ଟଙ୍କୁ ଜଣାଇଛନ୍ତି।

ସେ ଆହୁରି କହିଛନ୍ତି, ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ଦେବାର ବ୍ୟବସ୍ଥା ରହିଛି। ବନ କର୍ମଚାରୀ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାରେ IPCର ଧାରା 306 ଅନୁଯାୟୀ ତଦନ୍ତ ଜାରି ରହିଛି ବୋଲି ସେ କୋର୍ଟଙ୍କୁ ଅବଗତ କରିଛନ୍ତି।

Advertisment

ଏହି ପ୍ରସଙ୍ଗରେ ଯଶିପୁର ଥାନା ଅଧିକାରୀଙ୍କୁ ଆସନ୍ତା ଶୁଣାଣିରେ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ଏପ୍ରିଲରେ ହେବ।

Odisha Highcourt High Court Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe