Advertisment

ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କୁ ଅଦାଲତି ଝଟକା

୨୦୨୨ ମସିହାରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଅବସର ଗ୍ରହଣ କରିଥିଲେ। ଅବସର ପରେ ରାଜ୍ୟ ସରକାର ତାଙ୍କୁ ସେହି ପଦରେ ପୁନଃ ଅବସ୍ଥାପିତ କରିଥିଲେ।

author-image
Manoranjan Sial
undefined

Orissa High Court

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦରେ ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଏହା ସହ ତୁରନ୍ତ ନିଜ ଦାୟିତ୍ତ୍ୱ ସମବାୟ ନିବନ୍ଧକଙ୍କୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବେଣୁମାଧବ ତ୍ରିପାଠୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୨ ମସିହାରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଅବସର ଗ୍ରହଣ କରିଥିଲେ। ଅବସର ପରେ ରାଜ୍ୟ ସରକାର ତାଙ୍କୁ ସେହି ପଦରେ ପୁନଃ ଅବସ୍ଥାପିତ କରିଥିଲେ। ଏହାକୁ ବିରୋଧ କରି ଆବେଦନକାରୀ ବେଣୁମାଧବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ଗତ ଜାନୁଆରୀ ୨୫ ତାରିଖରେ ତାଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ କୋର୍ଟ।

ସମବାୟ ଆଇନର ଉଲ୍ଲଂଘନ କରିବା ସହ ରିଜର୍ବ ବ୍ୟାଙ୍କର ଅନୁମତି ନଥିବା ଦର୍ଶାଇ ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସେହି ଜାନୁଆରୀ ୧୫ ତାରିଖରେ ତାଙ୍କୁ ପୁନଃନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି କରିଥିଲେ ରାଜ୍ୟ ସରକାର। ଯାହାକୁ ବିରୋଧ କରି ବେଣୁମାଧବ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ମାମଲାକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ଓ ଅନ୍ୟମାନଙ୍କୁ ଜବାବ ଦେବାକୁ ନୋଟିସ୍‌ ଜରି କରିଛନ୍ତି।

Advertisment
High Court Cooperative Bank