Advertisment

ଗୋପାଳର ସୁରକ୍ଷା ପାଇଁ ହାଇକୋର୍ଟରେ ମାମଲା

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି। ଏହାବ୍ୟତୀତ ଗୋପାଳ ଦାସର ପୂରା ପରିବାରକୁ ସୁରକ୍ଷା ପ୍ରଦାନ ଲାଗି କୋର୍ଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ।

author-image
Manoranjan Sial
undefined

Orissa High Court

ମନ୍ତ୍ରୀ ନବ ଦାସ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଓ ତା’ ପରିବାରକୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ସୁମନ୍ତ କୁମାର ସ୍ୱାଇଁଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।

Advertisment

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି। ଏହାବ୍ୟତୀତ ଗୋପାଳ ଦାସର ପୂରା ପରିବାରକୁ ସୁରକ୍ଷା ପ୍ରଦାନ ଲାଗି କୋର୍ଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ। ପୂର୍ବରୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଯେଉଁ ଭଳି ଭାବରେ ଜେଲରେ ଜୀବନ ହାରିଥିଲା, ସେହି ଘଟଣାର ପୁନରାବୃତ୍ତି ନହେଉ ବୋଲି ଆବେଦନରେ ଦର୍ଶା ଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଜେଲ ଡିଜି, ଚୌଦ୍ୱାର ଜେଲ୍ ଅଧିକ୍ଷକ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଅଭିଯୋଗରେ ଗିରଫ ହୋଇଥିଲା ପୁଲିସ ଏଏସ୍‌ଆଇ ଗୋପାଳ ଦାସ। ସେ ଏବେ ଚୌଦ୍ଵାର ଜେଲରେ ଅଛି।

Advertisment
Odisha Highcourt Gopal Das High Court Naba Das Naba Das Murder