Advertisment

୬୯ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ଅଜଣା ପୁଅର ଫଟୋ, ଭବିଷ୍ୟତ ସହ ଖେଳ ଖେଳୁଛି ଶିକ୍ଷା ବିଭାଗ

କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ଅଶୁରେଶ୍ୱର ୫ଟି ହାଇସ୍କୁଲର ଦଶମ ପିଲାଙ୍କ ବୋର୍ଡ ସାର୍ଟିଫିକେଟରେ ଲାଗିଛି ଜଣେ ଅଜଣା ଛାତ୍ରର ଫଟୋା ଯାହାକୁ ନେଇ ଏବେ ପିଲାଏ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Photo of unknown boy in board certificate

Photo of unknown boy in board certificate

୬୯ ପିଲାଙ୍କ ସାର୍ଟିଫିକେଟରେ ଗୋଟିଏ ଫଟୋା ଦଶମ ବୋର୍ଡ ସର୍ଟିଫିକେଟରେ କିଛି ଏଭଳି ସାଘାଂତିକ ତ୍ରୁଟି ସାମ୍ନାକୁ ଆସିଛିା କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ଅଶୁରେଶ୍ୱର ୫ଟି ହାଇସ୍କୁଲର ଦଶମ ପିଲାଙ୍କ ବୋର୍ଡ ସାର୍ଟିଫିକେଟରେ ଲାଗିଛି ଜଣେ ଅଜଣା ଛାତ୍ରର ଫଟୋା ଯାହାକୁ ନେଇ ଏବେ ପିଲାଏ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସେମାନଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଅଶଙ୍କା ପ୍ରକାଶ କରିଛନ୍ତି।

Advertisment

ସେପଟେ ଏଥିଯୋଗୁଁ ସେମାନଙ୍କୁ ଯୁକ୍ତ ୨ରେ ଆଡମିଶନ ବେଳେ ସମସ୍ୟା ଦେଖାଦେଇଛି। ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟକୁ ଗ୍ରହଣ କରାଯାଉନଥିବା ଯୋଗୁଁ କିଛି ଛାତ୍ରଛାତ୍ରୀ ଆଡମିଶନ କରାଇ ପାରୁନଥିବା ଅଭିଯୋଗ ହୋଇଛି। 

ଅନ୍ୟପଟେ ଜଣାପଡ଼ିଛି ଏହି ସମସ୍ୟା ଏବେକାର ନୁହେଁ। ଆଡମିଟ୍ କାର୍ଡ ମିଳିବା ବେଳେ ମଧ୍ୟ ଏଭଳି ଭୁଲ ଥିଲା। ପିଲାଏ ଏହାକୁ ସୁଧାରିବାକୁ କହିଥିଲେ। ହେଲେ ବୋର୍ଡ କର୍ତ୍ତୃପକ୍ଷ ଦାୟିତ୍ୱହୀନ ହୋଇଗଲେ। ଏବେ ପିଲାମାନଙ୍କୁ ବୋର୍ଡ ସାର୍ଟିଫିକେଟ୍ ମିଳିବା ପରେ ପୁଣି ତ୍ରୁଟି ନଜର ଆସିଛି। ଏହାକୁ ସମୟ ଥାଉଥାଉ କାହିଁକି ଠିକ୍ କରାଗଲାନି ତାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଅଶୁରେଶ୍ୱର ହାଇସ୍କୁଲରୁ ଚଳିତ ବର୍ଷ ୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୬୯ଙ୍କ ସାର୍ଟିଫିକେଟରେ ଏଭଳି ତ୍ରୁଟି ନଜର ଆସିଛି। 

Advertisment

ଅପରପକ୍ଷେ, ଘଟଣାକୁ ସାମାନ୍ୟ ତ୍ରୁଟି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆ ଯିବ ଓ ଆଡମିଶନରେ କୌଣସି ସମସ୍ୟା ହେବନି ବୋଲି ସେ କହିଛନ୍ତିା

Cuttack Matric Result Student Protest CHSE