କଟକ ସହରରେ ପୁଣି ଫାଟିଲା ପାଇପ୍ ଲାଇନ୍

କଟକ (ଓଡ଼ିଶା ରିପୋର୍ଟର): ପୁଣି କଟକ ସହରରେ ଫାଟିଲା ପାଇପ୍। ଚାହୁଁ ଚାହୁଁ ଜଳାର୍ଣ୍ଣବ ହୋଇଗଲା ଇଲାକା। ରବିବାର ବାଦାମବାଡ଼ି ଟ୍ରାଫିକ୍ ଛକରେ ଜଳ ଯୋଗାଉଥିବା ଭୂତଳ ପାଇପ୍ ହଠାତ୍ ଫାଟିଯାଇଛି। ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପାଇପ ଫାଟିବା ପରେ ପାଣି ପ୍ରାୟ ୧୫ ଫୁଟ ଉପରକୁ ଉଠିଯାଇଥିଲା। ପାଇପରୁ ପାଣି ବାହାରି ଥିବାରୁ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ପ୍ରଭାବରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ କିଛି ସମୟ ଧରି ଯାତାୟାତ ବି ବାଧାପ୍ରାପ୍ତ […]

pipe-blast

pipe-blast

Ranjit Kumar Jena
  • Published: Sunday, 10 October 2021
  • Updated: 10 October 2021, 08:55 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପୁଣି କଟକ ସହରରେ ଫାଟିଲା ପାଇପ୍। ଚାହୁଁ ଚାହୁଁ ଜଳାର୍ଣ୍ଣବ ହୋଇଗଲା ଇଲାକା। ରବିବାର ବାଦାମବାଡ଼ି ଟ୍ରାଫିକ୍ ଛକରେ ଜଳ ଯୋଗାଉଥିବା ଭୂତଳ ପାଇପ୍ ହଠାତ୍ ଫାଟିଯାଇଛି। ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ପାଇପ ଫାଟିବା ପରେ ପାଣି ପ୍ରାୟ ୧୫ ଫୁଟ ଉପରକୁ ଉଠିଯାଇଥିଲା। ପାଇପରୁ ପାଣି ବାହାରି ଥିବାରୁ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ପ୍ରଭାବରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ କିଛି ସମୟ ଧରି ଯାତାୟାତ ବି ବାଧାପ୍ରାପ୍ତ ହୋଇଥିଲା। ତେବେ କଟକ ସହରରେ ଏଭଳି ଘଟଣା ନୂଆ ନୁହେଁ।

ଗତ ୬ ତାରିଖରେ କଟକ ରାଜା ବଗିଚାରେ ସିଟି କଲେଜ ପାଖରେ ପାଣି ପାଇପଲାଇନ୍ ଏଭଳି ଫାଟିଥିଲା। ରାସ୍ତା ମଝିରେ ଥିବା ଜଳ ଯୋଗାଣ ପାଇପ ଫାଟିବାରୁ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା। ଏପରିକି ତଳିଆ ଅଞ୍ଚଳରେ ଥିବା ବସ୍ତି ଭିତରେ ପାଣି ପଶିଥିଲା। ଖବର ପାଇ ସେହି ସମୟରେ ମଧ୍ୟ ସିଏମସି ଅଧିକାରୀ ଓ ଜଳ ଯୋଗାଣ ବିଭାଗ ପହଞ୍ଚି ମରାମତି କାମ କରିଥିଲେ।

ତେବେ ଚାରିଦିନ ଭିତରେ ଏମିତି ପାଣି ପାଇପ୍ ଫାଟିବାର କାରଣ କ’ଣ। ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ପୁଣି ଥରେ ପାଇପ୍ ଫାଟିବା ଘଟଣା ସାମ୍ନାକୁ ଆସିବା ପରେ ଜଳ ଯୋଗାଣ ବିଭାଗ ଏବଂ ସିଏମସି ଅଧିକାରୀଙ୍କ ଉତ୍ତର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos