Advertisment

କଟକ ସହରରେ ପୁଣି ଫାଟିଲା ପାଇପ୍ ଲାଇନ୍

କଟକ (ଓଡ଼ିଶା ରିପୋର୍ଟର): ପୁଣି କଟକ ସହରରେ ଫାଟିଲା ପାଇପ୍। ଚାହୁଁ ଚାହୁଁ ଜଳାର୍ଣ୍ଣବ ହୋଇଗଲା ଇଲାକା। ରବିବାର ବାଦାମବାଡ଼ି ଟ୍ରାଫିକ୍ ଛକରେ ଜଳ ଯୋଗାଉଥିବା ଭୂତଳ ପାଇପ୍ ହଠାତ୍ ଫାଟିଯାଇଛି। ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପାଇପ ଫାଟିବା ପରେ ପାଣି ପ୍ରାୟ ୧୫ ଫୁଟ ଉପରକୁ ଉଠିଯାଇଥିଲା। ପାଇପରୁ ପାଣି ବାହାରି ଥିବାରୁ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ପ୍ରଭାବରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ କିଛି ସମୟ ଧରି ଯାତାୟାତ ବି ବାଧାପ୍ରାପ୍ତ […]

କଟକ ସହରରେ ପୁଣି ଫାଟିଲା ପାଇପ୍ ଲାଇନ୍

pipe-blast

Advertisment

କଟକ (ଓଡ଼ିଶା ରିପୋର୍ଟର): ପୁଣି କଟକ ସହରରେ ଫାଟିଲା ପାଇପ୍। ଚାହୁଁ ଚାହୁଁ ଜଳାର୍ଣ୍ଣବ ହୋଇଗଲା ଇଲାକା। ରବିବାର ବାଦାମବାଡ଼ି ଟ୍ରାଫିକ୍ ଛକରେ ଜଳ ଯୋଗାଉଥିବା ଭୂତଳ ପାଇପ୍ ହଠାତ୍ ଫାଟିଯାଇଛି। ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ପାଇପ ଫାଟିବା ପରେ ପାଣି ପ୍ରାୟ ୧୫ ଫୁଟ ଉପରକୁ ଉଠିଯାଇଥିଲା। ପାଇପରୁ ପାଣି ବାହାରି ଥିବାରୁ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ପ୍ରଭାବରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ କିଛି ସମୟ ଧରି ଯାତାୟାତ ବି ବାଧାପ୍ରାପ୍ତ ହୋଇଥିଲା। ତେବେ କଟକ ସହରରେ ଏଭଳି ଘଟଣା ନୂଆ ନୁହେଁ।

ଗତ ୬ ତାରିଖରେ କଟକ ରାଜା ବଗିଚାରେ ସିଟି କଲେଜ ପାଖରେ ପାଣି ପାଇପଲାଇନ୍ ଏଭଳି ଫାଟିଥିଲା। ରାସ୍ତା ମଝିରେ ଥିବା ଜଳ ଯୋଗାଣ ପାଇପ ଫାଟିବାରୁ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା। ଏପରିକି ତଳିଆ ଅଞ୍ଚଳରେ ଥିବା ବସ୍ତି ଭିତରେ ପାଣି ପଶିଥିଲା। ଖବର ପାଇ ସେହି ସମୟରେ ମଧ୍ୟ ସିଏମସି ଅଧିକାରୀ ଓ ଜଳ ଯୋଗାଣ ବିଭାଗ ପହଞ୍ଚି ମରାମତି କାମ କରିଥିଲେ।

Advertisment

ତେବେ ଚାରିଦିନ ଭିତରେ ଏମିତି ପାଣି ପାଇପ୍ ଫାଟିବାର କାରଣ କ’ଣ। ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ପୁଣି ଥରେ ପାଇପ୍ ଫାଟିବା ଘଟଣା ସାମ୍ନାକୁ ଆସିବା ପରେ ଜଳ ଯୋଗାଣ ବିଭାଗ ଏବଂ ସିଏମସି ଅଧିକାରୀଙ୍କ ଉତ୍ତର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe