Advertisment

ନ୍ୟୁଡ୍‌ କଲ୍‌ କରି ଠକୁଥିଲେ, ରାଜସ୍ଥାନରୁ ବନ୍ଧାହେଲେ

ନ୍ୟୁଡ୍‌ କଲ କରି କଟକ ଟାଉନ୍‌ର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଟକି ନେଇଥିଲେ ସାଇବର ଠକ। ଏନେଇ କଟକ ସାଇବର ଥାନାରେ ମାର୍ଚ୍ଚ ୨୨ ତାରିଖରେ ଅଭିଯୋଗ ହୋଇଥିଲା।

Cyber Fraud

Cyber Fraud

Advertisment

ରାଜସ୍ଥାନ ଭରତପୁରରୁ ବନ୍ଧା ହେଲେ ଦୁଇ ସାଇବର ଠକ। ସେମାନଙ୍କଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍‌ ଜବତ କରିଛି ପୁଲିସ୍‌। ଏମାନେ ନ୍ୟୁଡ୍‌ କଲ୍‌ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିଲେ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକୀ ମିଶ୍ର।

Advertisment

ନ୍ୟୁଡ୍‌ କଲ କରି କଟକ ଟାଉନ୍‌ର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଟକି ନେଇଥିଲେ ସାଇବର ଠକ। ଏନେଇ କଟକ ସାଇବର ଥାନାରେ ମାର୍ଚ୍ଚ ୨୨ ତାରିଖରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌କୁ ରାଜସ୍ଥାନ ଭରତପୁର ଜିଲ୍ଲାର ଲିଙ୍କ ମିଳିଥିଲା। ଏହା ପରେ ପୁଲିସ୍‌ର ଗୋଟିଏ ଟିମ୍‌ ଭରତପୁର ଯାଇଥିଲା। ସେଠାରୁ ୧୦ରୁ ୧୨ ଦିନ ଧରି ଡେରା ପକାଇଥିଲା। ପରେ ପୁଲିସ୍‌ ଦୁଇ ସାଇବର ଠକ ମହମ୍ମଦ ଆଜାରୁଦ୍ଦିନ ଆନସାରୀ ଓରଫ ବିଲାଲ୍‌ ଓ ସାକିର ଖାନଙ୍କୁ ଧରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଛି। ଦୁଇ ଅଭିଯୁକ୍ତଙ୍କୁ କଟକରେ କୋର୍ଟରେ ହାଜର କରାଯାଇଥିଲା। ପରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି। ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ ଟି ମୋବାଇଲ ଫୋନ୍ ଓ ୨୦ଟି ସିମ୍ କାର୍ଡ ଜବତ କରିଛି।

କଟକ ଡିପିସିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଗ୍ୟାଙ୍ଗରେ ୭ରୁ ୮ ଜଣ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ସେମାନେ ଆଉ କେଉଁ କେଉଁ ଅପରାଧରେ ସମ୍ପୃକ୍ତ ରହିଛନ୍ତି, ତାହା ଉପରେ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତମାନେ ଫେସ୍‌ବୁକ୍‌ରେ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ମେସେଞ୍ଜର ଆପ୍‌ ମାଧ୍ୟମରେ ମୋବାଇଲ୍‌ ନମ୍ୱର ହାତଉଥିଲେ। ତା’ପରେ ହ୍ୱାଟ୍ସଆପ୍‌ରେ ଚାଟିଂ କରୁଥିଲେ। କଥାବାର୍ତ୍ତା ସମୟରେ ନ୍ୟୁଡ୍‌ ଭିଡିଓ ଓ ଫଟୋ ପଠାଉଥିଲେ। ତା’ପରେ ବ୍ଲାକମେଲିଂ ଆରମ୍ଭ କରୁଥିଲେ ବୋଲି ଡିସିପି କହିଛନ୍ତି।

Advertisment
Cuttack Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe