Advertisment

ଡାକ୍ତରଙ୍କୁ ମାଗୁଥିଲା ଦାଦାବଟି, ଝାଡ଼ଖଣ୍ଡରୁ ଧରାପଡ଼ିଲା

କଟକ (ଓଡ଼ିଶା ରିପୋର୍ଟର): କଟକର ଡାକ୍ତର ସାମି ସଲିମଙ୍କୁ ଫୋନରେ ଧମକ କଲ ଦେବା ସହ ମାଓବାଦୀଙ୍କ ଲାଲ ସଲାମ ମେସେଜ ପଠାଇ ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ଫୋନ୍ କରି ଡାକ୍ତରଙ୍କୁ ୫୦ ଲକ୍ଷ ଟଙ୍କା ମଗାଯାଇଥିବା ନେଇ ବିଡାନାସୀ ଥାନାରେ ଏତଲା ଦେଇଥିଲେ ଡାକ୍ତର ସାମି ସାଲିମ୍। ୫୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଅପହରଣ କରିବା ଧମକ ଦେଇଥିଲା। ହେଲେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। […]

ଡାକ୍ତରଙ୍କୁ ମାଗୁଥିଲା ଦାଦାବଟି, ଝାଡ଼ଖଣ୍ଡରୁ ଧରାପଡ଼ିଲା

cuttack

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକର ଡାକ୍ତର ସାମି ସଲିମଙ୍କୁ ଫୋନରେ ଧମକ କଲ ଦେବା ସହ ମାଓବାଦୀଙ୍କ ଲାଲ ସଲାମ ମେସେଜ ପଠାଇ ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ଫୋନ୍ କରି ଡାକ୍ତରଙ୍କୁ ୫୦ ଲକ୍ଷ ଟଙ୍କା ମଗାଯାଇଥିବା ନେଇ ବିଡାନାସୀ ଥାନାରେ ଏତଲା ଦେଇଥିଲେ ଡାକ୍ତର ସାମି ସାଲିମ୍। ୫୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଅପହରଣ କରିବା ଧମକ ଦେଇଥିଲା। ହେଲେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲା ଏମରୋଜ ଅଂସାରୀ। ଏତଲାକୁ ଭିତ୍ତି କରି କଟକ ପୁଲିସ ଝାଡଖଣ୍ଡ ପୁଲିସର ସହାୟତା ଅଭିଯୁକ୍ତର ଫୋନକୁ ଟ୍ରାକ କରି ତାକୁ ଝାଡଖଣ୍ଡରୁ ଗିରଫ କରିଛି।

Advertisment

ଗିରଫଦାରୀ ପରେ ଜୋନ୍-୩ ଏସିପି ତାପସ ପ୍ରଧାନ କହିଛନ୍ତି, ଗତ ଜାନୁଆରୀ ୧୦ ତାରିଖରେ ସିଫା ହସ୍ପିଟାଲର ଡାକ୍ତର ସାମି ସଲିମଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଇ ୫୦ ଲକ୍ଷ ଟଙ୍କାର ଦାଦାବଟି ମଗାଯାଇଥିଲା। ଏ ନେଇ ଡାକ୍ତର ସଲିମ୍ ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ଥାନାର ଏସଆଇ ଏହାର ତଦନ୍ତ କରୁଥିଲେ। ଯେଉଁ ସିମରୁ ଫୋନ୍ ଆସିଥିଲା, ସେହି ସିମ୍ ଢେଙ୍କାନାଳରୁ ଆକ୍ଟିଭ୍ ହୋଇଥିବା ଆମେ ଜାଣିବାକୁ ପାଇଲୁ। ମାତ୍ର ତା’ର କୌଣସି ପେପର୍ ଡକ୍ୟୁମେଣ୍ଟ ନଥିଲା। ତେଣୁ ଏହା ଏକ ଫେକ୍ ସିମ୍ ଥିଲା।

ଏସିପି ଆହୁରି କହିଛନ୍ତି, ଯେହେତୁ ସିମର ଲୋକେସନ୍ କେନ୍ଦୁଝର ଓ ମୟୂରଭଞ୍ଜ ଦେଖାଉଥିଲା, ସେଠାରେ ଆମେ ତଦନ୍ତ କରିଥିଲୁ। ଏହାଛଡ଼ା ସିମର ଲୋକେସନ୍ ଝାଡ଼ଖଣ୍ଡ ମଧ୍ୟ ଦେଖାଇଥିଲା। ଯାହା ପରେ ଏସଆଇଙ୍କ ନେତୃତ୍ୱରେ ଏକ ଟିମ୍ ଝାଡ଼ଖଣ୍ଡରେ ତଦନ୍ତ କରିଥିଲା। ପରବର୍ତ୍ତୀ ସମୟରେ ଆମେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛୁ। ତାଙ୍କର ନାଁ ଇମରୋଜ ଅନସାରୀ। ତାଙ୍କ ଘର ଝାଡ଼ଖଣ୍ଡର ମଝଗାଁ ଥାନା ଅନ୍ତର୍ଗତ ଖରପୋଷ୍ଟ ଗାଁରେ। ଯାହା ମୟୂରଭଞ୍ଜର ସୀମା ନିକଟବର୍ତ୍ତୀ ଅଟେ। ଗିରଫ ପରେ ତା’ଠାରୁ ଫୋନ୍ ଜବତ କରାଯାଇଛି।

Advertisment

ତଦନ୍ତରୁ ପୁଲିସ୍ ଜାଣିବାକୁ ଯାଇଛି ଯେ ଅଭିଯୁକ୍ତ ଜଣକ ପୂର୍ବରୁ ଅନେକ ଲୋକଙ୍କୁ ଏମିତି ଧମକ ଦେଇଛନ୍ତି। ଏପରିକି ସେ ଝାଡ଼ଖଣ୍ଡର ଜଣେ ବିଧାୟକଙ୍କୁ ଧମକାଇ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଏହି ମାମଲାରେ ଝାଡ଼ଖଣ୍ଡ ପୁଲିସ୍ ମଧ୍ୟ ସହାୟତା କରିଥିଲା ବୋଲି ଏସିପି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe