Advertisment

ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ, ମାଡ଼ି ବସିଲା ପୁଲିସ୍‌

କଟକ(ଓଡ଼ିଶା ରିପୋର୍ଟର): ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ । ଏହାକୁ ନେଇ ତରଳାଇ ସୁନା ଦୋକାନରେ ବିକୁଥିଲେ।  ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା  ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍‌ ମାଡ଼ି ବସିଥିବା ବେଳେ ସେମାନଙ୍କ ନିକଟରୁ ଜବତ କରିଛି ୨୨ଟି ସୁନା ଚେନ୍‌। ଗିରଫ  ଲୁଟେରାମାନେ ହେଲେ ଗ୍ୟାଙ୍ଗର ମୁଖ୍ୟ ସୁବ୍ରତ ଭଟ୍ଟ ଓ ତାଙ୍କ ଦୁଇ ସହଯୋଗୀ ଦେବାଶିଷ ସ୍ୱାଇଁ ଏବଂ ଶୁଭମ କୋକାଟେ। ଅଭିଯୁକ୍ତଙ୍କଠାରୁ […]

ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ, ମାଡ଼ି ବସିଲା ପୁଲିସ୍‌

arrest

Advertisment

କଟକ(ଓଡ଼ିଶା ରିପୋର୍ଟର): ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ । ଏହାକୁ ନେଇ ତରଳାଇ ସୁନା ଦୋକାନରେ ବିକୁଥିଲେ।  ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା  ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍‌ ମାଡ଼ି ବସିଥିବା ବେଳେ ସେମାନଙ୍କ ନିକଟରୁ ଜବତ କରିଛି ୨୨ଟି ସୁନା ଚେନ୍‌।

Advertisment

ଗିରଫ  ଲୁଟେରାମାନେ ହେଲେ ଗ୍ୟାଙ୍ଗର ମୁଖ୍ୟ ସୁବ୍ରତ ଭଟ୍ଟ ଓ ତାଙ୍କ ଦୁଇ ସହଯୋଗୀ ଦେବାଶିଷ ସ୍ୱାଇଁ ଏବଂ ଶୁଭମ କୋକାଟେ। ଅଭିଯୁକ୍ତଙ୍କଠାରୁ ୨୯୫ ଗ୍ରାମ ଓଜନର ୨୨ଟି ସୁନା ଚେନ୍ ଓ ଦୁଇଟି ପଲସର୍ ବାଇକ୍‌ ଜବତ କରାଯାଇଛି । କଟକ, ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ଏମାନେ ନିଜ ଜାଲ ବିଛାଇ ଲୁଟ୍‌ କରୁଥିଲେ।  ।

[caption id="attachment_718246" align="aligncenter" width="650"]gold ଜବତ ସୁନା ।[/caption]

Advertisment

ପୁଲିସ୍‌କୁ ମିଳିଥିବା ସୂଚନା ଅନୁଯାୟୀ, ସୁବ୍ରତ ଓ ତା’ ଗ୍ୟାଙ୍ଗ ସୁନା ଅଳଙ୍କାର ଲୁଟ୍‌ କରି ଦେବାଶିଷ ଓ ଶୁଭମଙ୍କୁ ଦେଉଥିଲେ। ଏହି ଦୁଇ ଜଣ ଲୁଟ ଅଳଙ୍କାରକୁ ତରଳାଇ ବଜାରରେ ବିକ୍ରି କରୁଥିଲେ । ଏମାନଙ୍କ ଯୋଗାଯୋଗରେ କେଉଁ ସବୁ ସୁନା ଦୋକାନୀ ଅଛନ୍ତି, ସେନେଇ ତନାଘନା ଜାରି ରଖିଛି ପୁଲିସ୍‌। ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ସୁବ୍ରତ ନାଁରେ ୨୦୦୮ ମସିହାରୁ କମିଶନରେଟ ପୁଲିସ୍‌ର ବିଭିନ୍ନ ଥାନାରେ ୩୩ଟି ମାମଲା ରହିଛି । ସେହିପରି ସହଯୋଗୀ ଶୁଭମ କୋକାଟେ ନାଁରେ ୨୧ଟି ମାମଲା ରହିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe