/odisha-reporter/media/post_attachments/uploadimage/library/16_9/16_9_0/Constable__1683880243.jpg)
Constable
ମାହାଙ୍ଗା ମହୋତ୍ସବକୁ ଡ୍ୟୁଟି କରିବାକୁ ଆସିଥିବା ଜଣେ ପୁଲିସ କନଷ୍ଟେବଲଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଲଙ୍କ ନାଁ ଶ୍ରୀନିବାସ ରାଉତ। ସେ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ।
Advertisment
ତିନି ଦିନ ତଳେ ମାହାଙ୍ଗା ମହୋତ୍ସବକୁ ଡ୍ୟୁଟି କରିବାକୁ ଆସି ନିଶ୍ଚିନ୍ତକୋଇଲର ଜିଗ୍ନିପୁର କ୍ୟାମ୍ପରେ ରହିଥିଲେ ଶ୍ରୀନିବାସ ରାଉତ। ଆଜି ସକାଳେ ତାଙ୍କୁ ସେଠାରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କନଷ୍ଟେବଲ ଶ୍ରୀନିବାସ ରାଉତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ। ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସେମାନେ କହୁଛନ୍ତି। ସେମାନେ ଘଟଣାର ତଦନ୍ତ ଦାବି କରିଛନ୍ତି। ତେବେ ପୁଲିସ ପକ୍ଷରୁ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
