/odisha-reporter/media/post_attachments/uploadimage/library/16_9/16_9_0/Cuttack_1678703882.jpg)
Cuttack
ଚୋର ମୁହଁ ଟାଣ! ଛନ୍ତାଇ କରି ଧରାପଡ଼ି ବହେ ଉତ୍ତମ ମଧ୍ୟମ ଖାଇଲା। ତା’ପରେ କହୁଛି, ମୁଁ ପୁଲିସ୍ ଇନ୍ଫର୍ମର, ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ। ନିଶ୍ଚିନ୍ତକୋଇଲି ଥାନା ପୁଲିସ ଆଜି ଏପରି ଜଣେ ଧ୍ରୁତ ଚୋର କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ମାରିଥିବା ଜଣାପଡ଼ିଛି।
ଯାଜପୁର ଟାଉନ୍ ଅଞ୍ଚଳ ଶଶୀକାନ୍ତ ଜେନା ଓ ତା’ ସହଯୋଗୀ ରାହୁଲ ଆଜି କଟକ-ଚାନ୍ଦବାଲି ରାସ୍ତାରୁ ଛିନ୍ତାଇ କରି ପଲ୍ସର ବାଇକ୍ରେ ଚମ୍ପଟ ମାରୁଥିଲେ। ତେବେ ନିଶ୍ଚିନ୍ତକୋଇଲି କଲେଜ ଛକ ପେଟ୍ରୋଲ ପମ୍ପ ନିକଟରେ ହଠାତ୍ ବାଇକରୁ ତେଲ ସରି ଯାଇଥିଲା। ତେଣୁ କିଛି ଉପାୟ ନପାଇ ଦୁଇ ଚତୁର ଚୋର ପେଟ୍ରୋଲ ପମ୍ପରେ ତେଲ ପକାଉଥିଲେ। ଠିକ୍ ସେହି ସମୟରେ ସେମାନଙ୍କୁ ପଛା କରୁଥିବା ଅଲୋକମାନେ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ।
ଲୋକଙ୍କୁ ଦେଖି ରାହୁଲ ଚମ୍ପ ମାରିଥିଲା। ମାତ୍ର ଶଶୀକାନ୍ତ ଯାଇପାରିନଥିଲେ। ଗାଁ ଲୋକମାନେ ତାଙ୍କୁ କାବୁ କରି ବହେ ଛେଚି ଥିଲେ। ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଶଶୀକାନ୍ତକୁ ଉଦ୍ଧାର କରି ଅଟକ ରଖିଛି। ପୁଲିସ୍ ତା’ଠାରୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ଛୁରୀ, ନମ୍ବର ପ୍ଲେଟ ସହ ଏକ ବ୍ୟାଗ ଜବତ କରିଛି।
ସବୁଠାରୁ ମଜାଦାର କଥା ହେଉଛି, ଗାଁ ଲୋକଙ୍କ ହାତରେ ଧରା ପଡ଼ିଥିବା ଚୋର କହୁଛି ପୁଲିସ୍। ସେ କୁଆଡ଼େ ପୁଲିସ୍ ଇନ୍ଫର୍ମର। ଟାଉନ୍ ଥାନା ପୁଲିସ ତାଙ୍କୁ ଚିହ୍ନଛନ୍ତି। ସେ ଟାଉନ୍ ଥାନାର ଇନ୍ଫର୍ମର। ଯଦି ବିଶ୍ୱାସ ହେଉନି, ତାହା ହେଲେ ଟାଉନ୍ ଥାନା ଇନ୍ସପେକ୍ଟରକୁ ପଚାରି ବୁଝିନିଅ ବୋଲି ଗଣମାଧ୍ୟମ ଆଗରେ କହୁଛି ଶଶୀକାନ୍ତ।
ସେ ଆହୁ କହୁଛି, ମୁଁ ଚୋରି ଫୋରି କରେନାହିଁ। ମୋ ନାଁରେ କୌଣସି ଥାନାରେ କିଛି ମାମଲା ନାହିଁ। ମୋର କେବଳ ଗୋଟିଏ ଝିଅ କେସ୍ ହୋଇଥିଲା। ରେପ୍ କେସ୍ଟିଏ ମୋ ନାଁରେ ରହିଛି ବୋଲି ଅଭିଯୁକ୍ତ କହିଛି।
ରିପୋର୍ଟ-ସାଲେପୁରରୁ ମନୋଜ ଆଚାର୍ଯ୍ୟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
