Advertisment

ବସ୍‌ ଅଟକାଇ ପିହୁର ମା’ଙ୍କୁ ଉଠାଇ ନେଲା ପୁଲିସ୍‌

କଟକ(ଓଡ଼ିଶା ରିପୋର୍ଟର): ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଗାଁ ଦାଣ୍ଡରୁ ନିଖୋଜ ଝିଅର ସୁରାଗ ପାଇବାରେ ବିଫଳ ପିହୁର ମା’ ଆଜି ଭୁବନେଶ୍ୱର ଯାଉଥିଲେ। ପୁଲିସ୍‌ର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ପିହୁର ମା’  ଝିଅକୁ ପାଇବା ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ। ଆଜି ସେ ଭୁବନେଶ୍ୱର ଅଭିମୁଖେ ବସ୍‌ରେ ଆସିଥିବା ବେଳେ ତାଙ୍କୁ କଟକରୁ ଉଠାଇ ନେଲା ପୁଲିସ୍‌। କଟକ ଓଏମ୍‌ପି ଛକରେ ବସ୍‌କୁ ଅଟକାଇ […]

author-image
Niharika Rout
ଅଦ୍ୟତନ ହୋଇଛି
ବସ୍‌ ଅଟକାଇ ପିହୁର ମା’ଙ୍କୁ ଉଠାଇ ନେଲା ପୁଲିସ୍‌

pihu

କଟକ(ଓଡ଼ିଶା ରିପୋର୍ଟର): ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଗାଁ ଦାଣ୍ଡରୁ ନିଖୋଜ ଝିଅର ସୁରାଗ ପାଇବାରେ ବିଫଳ ପିହୁର ମା’ ଆଜି ଭୁବନେଶ୍ୱର ଯାଉଥିଲେ। ପୁଲିସ୍‌ର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ପିହୁର ମା’  ଝିଅକୁ ପାଇବା ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ। ଆଜି ସେ ଭୁବନେଶ୍ୱର ଅଭିମୁଖେ ବସ୍‌ରେ ଆସିଥିବା ବେଳେ ତାଙ୍କୁ କଟକରୁ ଉଠାଇ ନେଲା ପୁଲିସ୍‌।

Advertisment

କଟକ ଓଏମ୍‌ପି ଛକରେ ବସ୍‌କୁ ଅଟକାଇ ପିହୁର ମା’କୁ ପୁଲିସ୍‌ ନିଜ କବଜାକୁ ନେଇଥିବା ସୂଚନା ମିଳିଛି। ଚାଉଳିଆଗଞ୍ଜ ଥାନାକୁ ନେଇ ପିହୁର ମାଙ୍କୁ ପଚରାଉଚରା କରାଯାଉଛି  । ଏହାପରେ ସେଠାରୁ ପୁଲିସ୍‌ ତାଙ୍କୁ ନିଜ ହେପାଜତରେ ଭୁବନେଶ୍ୱର ନେଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୁନ୍ଦରପୁର ଗ୍ରାମର ଲକ୍ଷ୍ମଣ କୁମାର ନାୟକ ଓ ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ଘଟଣାକୁ ଏଥିମଧ୍ୟରେ ୬ମାସ ବିତିସାରିଛି। ପିହୁକୁ ଖୋଜିବାକୁ ଯାଜପୁର ଏସପି ୫ଟି ଟିମ୍ ଗଠନ କରିଥିଲେ ସୁଦ୍ଧା ସୁରାଗ ପାଇବାରେ ବିଫଳ ହୋଇଛି ପୁଲିସ୍‌। 

Advertisment

ପିହୁ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ଚେତାବନୀ ଦିଆଯିବା ପରେ କିଛି ଦିନ ପୂର୍ବେ  ଚଳଚଞ୍ଚଳ ହୋଇଉଠିଥିଲା ପୁଲିସ୍‌। ଏପରିକି ‌ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀରେ ଖୋଜାଖୋଜି କରିବା ସହ ବିଭିନ୍ନ ସ୍ଥାନରେ ପିହୁର ପୋଷ୍ଟର ମଧ୍ୟ ମରାଯାଇଥିଲା। ଏଥିସହ ପିହୁକୁ ଖୋଜି ଆଣିଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରାଯାଇଥିଲା। ଏହାପରେ ପୁଲିସ୍‌ ଏ ଯାଏ ପିହୁର କୌଣସି ଟେର ପାଇପାରି ନାର୍ହି।