Advertisment

ମୃତ୍ୟୁ ପୂର୍ବରୁ ମନ୍ତ୍ରୀଙ୍କ ନା ନେଇଥିଲେ ପ୍ରଫୁଲ୍ଲ, କହିଥିଲେ ମୋ ପିଲାଛୁଆ ତୁମକୁ ଲାଗିଲା...ଜାଣନ୍ତୁ କିଏ କରିଛି ଅଭିଯୋଗ

ସାଲେପୁର( ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ମୃତ୍ୟୁ ପୂର୍ବରୁ କୁଳମଣି ବରାଳଙ୍କ ପୁଅ ରମାକାନ୍ତଙ୍କୁ ଫୋନ୍ କରିଥିଲେ ପ୍ରଫୁଲ୍ଲ। ଫୋନ୍ କରିବା ନେଇ ଥାନାରେ ଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରମାକାନ୍ତ। ଫୋନ୍‌ରେ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା କହିଥିଲେ ପ୍ରଫୁଲ୍ଲ। ରମାକାନ୍ତ ମୋ ପିଲା ଓ ପରିବାର ତୁମକୁ ଲାଗିଲେ ବୋଲି ପ୍ରଫୁଲ୍ଲ କହିଥିବା ରମାକାନ୍ତ କହିଛନ୍ତି। କଟକ […]

author-image
Tapas Behera
ଅଦ୍ୟତନ ହୋଇଛି
ମୃତ୍ୟୁ ପୂର୍ବରୁ ମନ୍ତ୍ରୀଙ୍କ ନା ନେଇଥିଲେ ପ୍ରଫୁଲ୍ଲ, କହିଥିଲେ ମୋ ପିଲାଛୁଆ ତୁମକୁ ଲାଗିଲା...ଜାଣନ୍ତୁ କିଏ କରିଛି ଅଭିଯୋଗ

container-1

ସାଲେପୁର( ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ମୃତ୍ୟୁ ପୂର୍ବରୁ କୁଳମଣି ବରାଳଙ୍କ ପୁଅ ରମାକାନ୍ତଙ୍କୁ ଫୋନ୍ କରିଥିଲେ ପ୍ରଫୁଲ୍ଲ। ଫୋନ୍ କରିବା ନେଇ ଥାନାରେ ଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରମାକାନ୍ତ। ଫୋନ୍‌ରେ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା କହିଥିଲେ ପ୍ରଫୁଲ୍ଲ। ରମାକାନ୍ତ ମୋ ପିଲା ଓ ପରିବାର ତୁମକୁ ଲାଗିଲେ ବୋଲି ପ୍ରଫୁଲ୍ଲ କହିଥିବା ରମାକାନ୍ତ କହିଛନ୍ତି।

Advertisment

କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିବା ବେଳେ ଦୁଇ ଦିନ ପୂର୍ବରୁ ହଠାତ୍‌ ରହସ୍ୟଜନକ ଭାବେ ତାଙ୍କର ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ‌ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍‌।

ହେଲେ ଦୁଇ ଦିନ ପୂର୍ବରୁ ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଅଧୀନ ନୂଆ ବନ୍ଦାଳ ଛକ ନିକଟରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ହେଲେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା। ତେବେ ଟାଙ୍ଗୀ ପୁଲିସ୍ ଉପସ୍ଥିତିରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ତେବେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଥିଲେ।

Advertisment
Kulamani Baral Murder Case Mahanga Murder Case