Advertisment

‘ମାଟିର ମାନ ନଷ୍ଟ କରୁଛି ଅତ୍ୟଧିକ ସାର, ଇକୋ ଫ୍ରେଣ୍ଡଲି ଚାଷ ପାଇଁ ଉଦ୍ୟମ ଲୋଡ଼ା’

ଚାଉଳ ହେଉଛି ଜୀବନର ଶସ୍ୟ । ଚାଉଳ ଉତ୍ପାଦନ ଯେ କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି ତାହା ନୁହେଁ ବିଭିନ୍ନ ପୂଜା ପର୍ବାଣୀରେ ଏହାର ଭୂମିକା ଅନସ୍ୱୀକାର୍ଯ୍ୟ ।

author-image
Niharika Rout
ଅଦ୍ୟତନ ହୋଇଛି
President Of India

President Of India

 ଆଜିକାଲି ଅତ୍ୟଧିକ ଶସ୍ୟ ଅମଳ ଆଶାରେ ଲୋକେ ନିଜ ଫସଲରେ ବହୁ ମାତ୍ରାରେ ସାର ପ୍ରୟୋଗ କରୁଛନ୍ତି। ଏହାଦ୍ୱାରା ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଫସଲ ଅମଳ ହେଉଛି ସତ ମାତ୍ର ଏହାର କୁପ୍ରଭାବ ମଣିଷ ସମାଜ ଉପରେ ପଡ଼ୁଛି। ଏପରି ଖାଦ୍ୟ ଶସ୍ୟ ଖାଇବା ଦ୍ୱାରା ଅଳ୍ପ ବୟସରେ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ଅକାଳରେ ବହୁ ଜୀବନ ବି ଚାଲି ଯାଉଛି।  ତେଣୁ ଅଧିକ ଶସ୍ୟ ଆଶାରେ ସାରର ଅତ୍ୟଧିକ ପ୍ରୟୋଗକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

Advertisment

ଆଜି କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ( NRRI)ର ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏହି ଅବସରରେ ଇକୋ ଫ୍ରେଣ୍ଡଲି ଚାଷ ପାଇଁ ସେ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି । ତେଣୁ ବୈଜ୍ଞାନିକମାନେ ଇକୋ ଫ୍ରେଣ୍ଡଲି ପ୍ରଣାଳୀରେ ଚାଷ କଲେ ଉନ୍ନତମାନର ଶସ୍ୟ ଉତ୍ପାଦନ ସହ ଏହା ମଣିଷ ସମାଜ ପ୍ରତି ହାନିକାରକ ହେବନି ବୋଲି ସେ କହିଛନ୍ତି ।

ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି,  ଚାଉଳ ହେଉଛି ଜୀବନର ଶସ୍ୟ । ଚାଉଳ ଉତ୍ପାଦନ ଯେ କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି ତାହା ନୁହେଁ ବିଭିନ୍ନ ପୂଜା ପର୍ବାଣୀରେ ଏହାର ଭୂମିକା ଅନସ୍ୱୀକାର୍ଯ୍ୟ । ଧାନର ଉପସ୍ଥିତି ବିନା ପୂଜାପର୍ବାଣୀ ସମ୍ପନ୍ନ ହେବା ସମ୍ଭବ ନୁହେଁ।

Advertisment

ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଯୋଗାଉଛି । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କ’ଣ ତାହା ସମସ୍ତଙ୍କୁ ଜଣା । ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଦେଉଛି । ଏଥିସହ ଭାରତ ବି ଚାଉଳ ବ୍ୟବହାରକାରୀ ରାଷ୍ଟ୍ର ରୂପେ ସବୁବେଳେ ଆଗରେ ରହି ଆସିଥିବା ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି।

କଳା, ଐତିହ୍ୟ ତଥା ପ୍ରାଚୀନ ସଂସ୍କୃତିରେ ବି ଧାନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରାଯାଇଛି। ସବୁ ପୂଜାପର୍ବାଣୀ ଧାନ ବିନା ଅସମ୍ପୂର୍ଣ୍ଣ । ଧାନ ହେଉଛି ପରିବାରର ଧନଧାନ୍ୟ ତଥା ପରିପୂର୍ଣ୍ଣତାର ଲକ୍ଷଣ । ହେଲେ ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରିଛି । ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି । ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । 

 ଏଥିସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଯୁବ ବୈଜ୍ଞାନିକ ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ସେମାନେ ନିଜ ମୂଲ୍ୟବାନ ସମୟ ଧାନ ରିସର୍ଚ୍ଚ ନିମନ୍ତେ ବିନିଯୋଗ କରୁଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।    

କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗୁ ଭୁବନେଶ୍ୱର ଫେରି ଯାଇଥିବା ବେଳେ ସେଠାରୁ ସେ ନୂଆଦିଲ୍ଲୀ ଅଭିମୁଖେ ଫେରି ଯ ଯାଇଛନ୍ତି।  

ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ କଟକ ଡିସିପି ପିନାକ ମିଶ୍ର ନିଜେ ଏହାର ତଦାରଖ କରିଥିଲେ। 

Cuttack President Of India Draupadi Murmu