Advertisment

ASO ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସ୍‌ସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ

ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରିଥିଲା ଓପିଏସ୍‌ସି।

author-image
Jitendra Garnayak
Protest infront of opsc

Protest infront of opsc

ASO ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (OPSC) ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଛନ୍ତି। ପୂରା ଜଜ୍‌ମେଣ୍ଟ କପି ଆସିବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।

Advertisment

ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଲିଖିତ ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ମାସରେ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା। ଏହି ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ମାସରେ ଓପିଏସ୍‌ସି ମେରିଟ୍ ଲିଷ୍ଟ ପ୍ରକାଶ କରିବା ପରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବା ଅଭିଯୋଗ କରି ଏହା ବିରୋଧରେ ହାଇକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା। ସେଗୁଡ଼ିକର ବିଚାର କରି ହାଇକୋର୍ଟ ଓପିଏସ୍‌ସି ପକ୍ଷରୁ ଜାରି କରାଯାଇଥିବା ମେରିଟ ଲିଷ୍ଟକୁ ଖାରଜ କରି ଦିଆଯାଇଛି।

Advertisment

ରାୟ ପ୍ରକାଶ କରିବା ବେଳେ ହାଇକୋର୍ଟ କହିଥିଲେ ଯେ ପ୍ରତି ସବ୍‌ଜେକ୍ଟ ପାଇଁ ଯେଉଁ କ୍ୱାଲିଫାଇଂ ମାର୍କ ଚୂଡ଼ାନ୍ତ କରାଯାଇଛି ଓ ସେହି ଅନୁସାରେ ଯେଉଁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି, ତାହା ଠିକ୍ ନୁହେଁ। କାରଣ କ୍ୱାଲିଫାଇଂ ମାର୍କ କେତେ ରହିବ, ତାହା ଓଡ଼ିଶା ସେକ୍ରେଟେରିଏଟ ସର୍ଭିସ୍ ରିକ୍ର୍ୟୁଟମେଣ୍ଟ ରୁଲ୍‌ସରେ ନାହିଁ।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗ ନେଇ ଓପିଏସ୍‌ସିର ପ୍ରତିକ୍ରିୟା ମିଳିପାରି ନାହିଁ। 

Opsc Aso Exam Aso Scam Aso