Advertisment

ସିଏମ୍‌ସି ଅଫିସ୍ ଭିତରେ ରାସ୍ତାରୁ ଧୂଳି, ବାଲି ଆଣି ଢାଳିଲେ

ଆଜି ଏହି ଅଭିଯୋଗ ଓ ଅସନ୍ତୋଷ ପ୍ରକାଶ କରି ସିଏମ୍‌ସି ଅଫିସ୍‌ ଭିତରେ ରାସ୍ତାରେ ଗଦା ହୋଇଥିବା ଧୂଳିକୁ ଆଣି ଅଜାଡ଼ିଛନ୍ତି କଟକ ସୁଭାଷ ସଙ୍ଗଠନ କର୍ମକର୍ତ୍ତା।

author-image
Niranjan Mishra
ଅଦ୍ୟତନ ହୋଇଛି
Protester

Protester

‘ସହରର ଲୋକେ ଧୂଳି, ବାଲି ଓ ଧୂଆଁରେ କଲବଲ ହେବେ, ତେଣେ ସିଏମସି ଅଧିକାରୀ ଏସି ରୁମରେ ଆରାମରେ ଶୋଇବେ, ଏହା ବରଦାସ୍ତ କରାଯିବ ନାହିଁ।’ ଆଜି ଏହି ଅଭିଯୋଗ ଓ ଅସନ୍ତୋଷ ପ୍ରକାଶ କରି ସିଏମ୍‌ସି ଅଫିସ୍‌ ଭିତରେ ରାସ୍ତାରେ ଗଦା ହୋଇଥିବା ଧୂଳିକୁ ଆଣି ଅଜାଡ଼ିଛନ୍ତି କଟକ ସୁଭାଷ ସଙ୍ଗଠନ କର୍ମକର୍ତ୍ତା।

Advertisment

ପୁଲିସ ମୁତୟନ ଥିବା ସତ୍ତ୍ୱେ ସୁଭାଷ ସଙ୍ଗଠନର କର୍ମକର୍ତ୍ତାମାନେ ଚକମା ଦେଇ ସିଏମ୍‌ସି ଅଫିସ୍‌ ଭିତରେ ବାଲି ପକାଇଥିଲେ। ଏହି ସମୟରେ ପୁଲିସ ଓ ସୁଭାଷ ସଙ୍ଗଠନ କର୍ମକର୍ତ୍ତାମାନଙ୍କ ଭିତରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ସେପଟେ କମିଶନର ବାଲି, ଧୂଳି ରାସ୍ତାରେ ଜମିବାରୁ ସହରର ଅବସ୍ଥା ଖରାପ ହୋଇଥିଵା ସ୍ୱୀକାର କରିଛନ୍ତି ଓ ରାସ୍ତାରୁ ଵାଲି ସଫା କରିବା ପାଇଁ ସିଏମସି ସ୍ୱତନ୍ତ୍ର ମେସିନ କିଣୁଛି ଵୋଲି ସୂଚନା ଦେଇଛନ୍ତି।

ସେପଟେ ରାସ୍ତା ତୁରନ୍ତ ସଫା କରା ନ ଗଲେ ଅନ୍ଦୋଳନ ଜୋରଦାର ହେବ ବୋଲି ସୁଭାଷ ସଂଗଠନ ସଭାପତି ଆଶୁତୋଷ ଦାସ କହିଛନ୍ତି।

Advertisment

ସିଏମ୍‌ସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି,  ସିଏମ୍ସି ପାଖରେ ଥିବା ସୁଇପିଂ ମେସିନର କ୍ଷମତା ଖୁବ୍‌ କମ୍ ଥିଵାରୁ, ଏହା ସଠିକ ଭାବେ ରାସ୍ତାରୁ ବାଲି ସଫା କରିପାରୁନାହିଁ। ଏବେ ତିନୋଟି ଉଚ୍ଚ କ୍ଷମତାସମ୍ପନ୍ନ ସୁଇପିଂ ମେସିନ ଆଣିବା ପାଇଁ ଟେଣ୍ଡର ହୋଇଛି। ସପ୍ତାହକ ଭିତରେ ଏହି ମେସିନ ପହଞ୍ଚିଲେ ରାସ୍ତାଘାଟରୁ ବାଲି ସଫା କରିବା ସହଜ ହେବ। ସହରରେ ମାତ୍ରାଧିକ ବାଲି ବୋଝେଇ ଗାଡ଼ି ଯାତାୟତ କରୁଥିବାରୁ ଏହା ଉପରେ କଟକଣା ଜାରି କରିବାକୁ ପଦକ୍ଷେନ ନିଆଯିବ ବୋଲି କମିଶନର କହିଛନ୍ତି।

Protest Cmc Pollution