harekrushna nayak
କଟକ(ଓଡ଼ିଶା ରିପୋର୍ଟର): ପୁଣି ଜଣେ ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ। ଘରେ ପଶୁ ପଶୁ ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ବି ଜବତ ହେଲାଣି। ହେଲେ ବିପୁଳ ପରିମାଣର ଟଙ୍କା ଓ ସୁନା କେଉଁଠି ଆସିଲା ତାହାର ଉତ୍ତର ଦେବାକୁ ରାଜି ନୁହନ୍ତି ବାବୁଜଣକ । ଏହି ଅଧିକାରୀଜଣକ ହେଉଛନ୍ତି ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ (OMVD)ର ଏଏସ୍ଆଇ ହରେକୃଷ୍ଣ ନାୟକ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ହରେକୃଷ୍ଣଙ୍କ ମଙ୍ଗଳାବାଗ ଥାନା ଫ୍ରେଣ୍ଡସ୍ କଲୋନୀସ୍ଥିତ ଘରେ ଭିଜିଲାନ୍ସ ପଶିଛି। ଏଥିସହ ଏକ ସଙ୍ଗେ ୬ଟି ସ୍ଥାନରେ ଚାଲିଛି ରେଡ।
[caption id="attachment_716270" align="aligncenter" width="650"]
ହରେକୃଷ୍ଣଙ୍କ ଘରେ ଚାଲିଛି ରେଡ।[/caption]
ଭିଜିଲାନ୍ସଙ୍କୁ ଦେଖି ବାବୁଜଣକ ଘରେ ଥିବା ଟଙ୍କା ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀ ଏହି ଜାଣି ପାରି ଘର ଛାତ ଉପରୁ ତଥା ଚତୁଃପାର୍ଶ୍ୱରୁ ତାହାକୁ ଜବତ କରିଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହେଲାଣି। ଏହି ଚଢ଼ାଉରେ ୩ ଜଣ ଡିଏସ୍ପି ଓ ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
କଟକ ବାଦ ଝାରସୁଗୁଡ଼ା, କଟକ, ପୁରୀ, ଗଞ୍ଜାମ ଆଦି ୬ଟି ସ୍ଥାନରେ ଥିବା ହରେକୃଷ୍ଣଙ୍କ ଘର ଉପରେ ଚାଲିଛି ରେଡ୍ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/harekrushna.jpg)