Advertisment

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୧୩ ମସିହା ନଭେମ୍ୱର ୧୭ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିଠାରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସ୍ଥାୟୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

High Court

High Court

Advertisment

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ବିଭିନ୍ନ ତହସିଲରେ କାର୍ଯ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୩ ମସିହା ନଭେମ୍ୱର ୧୭ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିଠାରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସ୍ଥାୟୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ଚ୍ୟାଲେଞ୍ଜ କରି ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନ ଖାରଜ ହୋଇଯାଇଛି।

ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଲେ ଡିଭିଜନ ବେଞ୍ଚ।

ସୂଚନାରୁ ପ୍ରକାଶ, ବିଭିନ୍ନ ତହସିଲରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଦେଉନଥିଲେ ସରକାର। ଏହାକୁ ନେଇ ଡାଟା ଏଣ୍ଟ୍ରି ଅପରେଟରଙ୍କ ମଧ୍ୟରେ ଅସନ୍ତୋଷ ପାକାଶ ପାଇଥିଲା। ରାଜ୍ୟ ସରକାରଙ୍କଠାରୁ ନିରାଶ ଡାଟା ଏଣ୍ଟ୍ରି ଅପରେଟରମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବହୁ ସଂଘର୍ଷ ପରେ ତାଙ୍କୁ ଆଜି ମିଳିଛି ନ୍ୟାୟ।  

Advertisment
Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe