Advertisment

ACF ସୌମ୍ୟ ମୃତ୍ୟୁ ମାମଲାରେ DFOଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଚାଲିଥିବା ଏସିଏଫ୍‌ ସୌମ୍ୟରଂଜନ ହତ୍ୟା ମାମଲାର ଶୁଣାଣି ଉପରେ ହାଇକୋର୍ଟ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି।

author-image
Manoranjan Sial
undefined

Orissa High Court, Cuttack

ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାକୁ ହାଇକୋର୍ଟରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଚାଲିଥିବା ଏସିଏଫ୍‌ ସୌମ୍ୟରଂଜନ ହତ୍ୟା ମାମଲାର ଶୁଣାଣି ଉପରେ ହାଇକୋର୍ଟ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ମାମଲାରେ ସଂଗ୍ରାମ ବେହେରା, ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ଅଭିଯୋଗର ବିଚାର ପାଇଁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ନୋଟିସ୍‌ ଜାରି କରିଥିଲେ।

Advertisment

ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସଂଗ୍ରାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସଂଗ୍ରାମଙ୍କ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ଅନ୍ତରୀଣ ସ୍ଥଗିତଦେଶ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।

ସୌମ୍ୟଙ୍କ ମୃତ୍ୟୁ ନେଇ ହୋଇଥିବା ତଦନ୍ତରେ ଅସନ୍ତୁଷ୍ଟ ଜାହିର କରି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଯାହାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରି ଡିଏଫଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବ ବୋଲି କହିଥିଲେ।

Advertisment
Paralakhemundi Dfo