Advertisment

ତହସିଲଦାରଙ୍କ ଅଫିସରୁ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି ତହସିଲ ଅଫିସର ଉପର ମହଲାରେ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
RI Sanjay Das

RI Sanjay Das

Advertisment

ତହସିଲଦାରଙ୍କ ଅଫିସରୁ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସର ଉପର ମହଲାରେ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଆରଆଇ ହେଲେ ତରତ ସେକ୍ସନର ସଞ୍ଜୟ ଦାସ। ତହସିଲ ଅଫିସ ଉପର ମହଲାରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି ତାହା ଜଣାପଡ଼ିନି। ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନିଶ୍ଚିନ୍ତକୋଇଲି ପୁଲିସ ଘଟଣାର ତଦନ୍ତ କରୁଛି।

ସଞ୍ଜୟଙ୍କ ଝିଅ ଶୁଭଲକ୍ଷ୍ମୀ କହିଛନ୍ତି, ବାପାଙ୍କ ବଦଳି ହୋଇଥିଲା। ସେପଟେ ଦେହ ଖରାପ ଥିବାରୁ ସେ ଚିନ୍ତାରେ ଥିଲେ। ତେବେ କେଉଁ କାରଣ ପାଇଁ ଏଭଳି ଅଘଟଣ ଘଟିଲା ଜାଣି ହେଉନି।

Advertisment
Cuttack Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe