Advertisment

ତୁଟିଲା ପ୍ରଶାସନ ଉପରେ ଭରସା, ବଡ଼ ପଦକ୍ଷେପ ନେଲେ ଗ୍ରାମବାସୀ

ସାଲେପୁର (ମନୋଜ ଆଚାର୍ଯ୍ୟ): ଦୀର୍ଘ ବର୍ଷ ଧରି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିଲା। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା ଅବସ୍ଥା ଏଭଳି ଥିଲା ଯେ ଗାଡ଼ି ମଟର ତ ଦୂରର କଥା ଖାଲି ପାଦରେ ବି ଯିବା ମୁସ୍କିଲ ହୋଇପଡୁଥିଲା। ଗାଁ ଲୋକେ ଅନେକ ଥର ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ହେଲେ କେହି ଶୁଣିଲେନି ସେମାନଙ୍କର ଗୁହାରି। ନିର୍ବାଚନ ଆସିଲେ ଖାଲି ମିଳିଥାଏ ପ୍ରତିଶ୍ରୁତି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ତୁଟିଲା ପ୍ରଶାସନ ଉପରେ ଭରସା, ବଡ଼ ପଦକ୍ଷେପ ନେଲେ ଗ୍ରାମବାସୀ

salepur

ସାଲେପୁର (ମନୋଜ ଆଚାର୍ଯ୍ୟ): ଦୀର୍ଘ ବର୍ଷ ଧରି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିଲା। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା ଅବସ୍ଥା ଏଭଳି ଥିଲା ଯେ ଗାଡ଼ି ମଟର ତ ଦୂରର କଥା ଖାଲି ପାଦରେ ବି ଯିବା ମୁସ୍କିଲ ହୋଇପଡୁଥିଲା। ଗାଁ ଲୋକେ ଅନେକ ଥର ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ହେଲେ କେହି ଶୁଣିଲେନି ସେମାନଙ୍କର ଗୁହାରି। ନିର୍ବାଚନ ଆସିଲେ ଖାଲି ମିଳିଥାଏ ପ୍ରତିଶ୍ରୁତି। ବାସ ନିର୍ବାଚନ ସରିବା ପରେ ଯେଝା ବାଟରେ ଯିଏ। ତେବେ ପ୍ରତିଶ୍ରୁତି ପାଇବା ପରେ କାମ ନେବାରୁ ଶେଷରେ ବାଧ୍ୟ ହୋଇ ଗାଁ ଲୋକମାନେ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିବାକୁ ବାଧ୍ୟ ହୋଇଛନ୍ତି। ଆଉ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗାଁ ଲୋକେ କହିଛନ୍ତି।

Advertisment

କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର କାନପୁର ଗାଁର କାନପୁର-ସମାଲ ସାହି ରାସ୍ତା। ପ୍ରାୟ ଦେଢ଼ କିଲୋମିଟରରୁ ଉର୍ଦ୍ଧ ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ। ଖଳାଖମାରେ ଭର୍ତ୍ତି ଆଉ କାଦୁଅ ଲଟପଟ। ଟିକିଏ ବର୍ଷା ହେଲେ ରାସ୍ତାରେ ଯିବାଆସିବା ମୁସ୍କିଲ ହୋଇଯାଏ। ଏପରିକି ଖାଲି ପଦରେ ଗଲେବି ଅନେକ ଲୋକେ କେନାଲ ଭିତରକୁ ଖସି ପଡ଼ନ୍ତି। ଆଉ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି କଥା ପଚାରେ କିଏ।

ସାଇଲେଲ ଛଡା ଅନ୍ୟ ଗାଡି ଯିବା ଏଠି ମୁସ୍କିଲ ହୋଇପଡିଥିଲା। ପକ୍କା ରାସ୍ତା ଘଣ୍ଡିଏ ତିଆରି କରିବା ପାଇଁ ଗାଁ ଲୋକେ ଅନେକଥର ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ପ୍ରଶାସନ ପ୍ରତିଥର ପ୍ରତିଶ୍ରୁତି ଦେଇ କାମ କରନ୍ତି ନାହିଁ। ଶେଷରେ ଗାଁ ଲୋକେ ନିଷ୍ପତ୍ତି ନେଲେ ଯେ ନିଜ ଗାଁ ରାସ୍ତା ନିଜେ କରିବେ।

Advertisment

ଏବେ ଗାଁ ଲୋକେ ମିଶିକି ରାସ୍ତା କାମ ଆରମ୍ଭ କରିଦେଇଛନ୍ତି। ହାତରେ କୋଡ଼ି କୋଦାଳ ଧରି କାମ କରୁଛନ୍ତି ଗାଁ ଲୋକେ। କିଏ ରାସ୍ତା କଡ଼ ଗଛ ସଫା କରୁଛି ତ କିଏ ଗୋଡି ବାଲି ପକାଇ ସମତୁଲ କରୁଛି ରାସ୍ତା। ପୁଣି କିଏ ଟ୍ରଲିରେ ବୋହି ଅଣୁଛି ବାଲି ଗୋଡି ସବୁ। ଏପଟେ ପଥର ଭାଙ୍ଗି ମଧ୍ୟ ରାସ୍ତା ଉପରେ ପଡୁଛି। ଏସବୁ ପାଇଁ କିନ୍ତୁ ଗାଁ ଲୋକେ ଚାନ୍ଦା ଆଦାୟ କରି ଅର୍ଥ ସଂଗ୍ରହ କରିଛନ୍ତି। ଆଉ ନିଜେ ମୂଳମଜୁରିକୁ ନଯାଇ ଏଇଠି କାମ କରୁଛନ୍ତି ବୋଲି କହିଛନ୍ତି।

ସରକାରଙ୍କ ଉପରେ ଆଉ ସେମାନଙ୍କର ଭରସା ନାହିଁ। ଏବେ ପୁଣି ନିର୍ବାଚନ ଆସୁଛି। ଏଥର ରତା କଥା ବାହାନା କରି ପୁଣି ଭୋଟ ମାଗିବାକୁ ଆସିବେ। ହେଲେ ଯେ ପର୍ଯ୍ୟନ୍ତ ସେମାନେ ନୂଆକରି ରାସ୍ତା ମରାମତି ନକରିଛନ୍ତି, ଗାଁ ଲୋକେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।