Advertisment

ଦୁର୍ଘଟଣା ସମ୍ପର୍କରେ ଜାଣିଥିଲେ କି ପ୍ରଫୁଲ୍ଲ ବିଶ୍ୱାଳ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ୍ ମର୍ଡରକୁ ନେଇ ଦିନକୁ ଦିନକୁ ମୋଡ଼ ବଦଳିବାରେ ଲାଗିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ। କିନ୍ତୁ ଭିନ୍ନ ଭିନ୍ନ ବୟାନବାଜୀ ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ନାଟକୀୟ ମୋଡ଼କୁ ନେଇଛି। ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ତାଙ୍କ ନାବାଳକ ପୁଅ ଦୁର୍ଘଟଣା ଆଡ଼କୁ ଇଙ୍ଗିତ କରୁଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ରମାକାନ୍ତ ବରାଳ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବେଳେ ସେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ […]

ଅଦ୍ୟତନ ହୋଇଛି
ଦୁର୍ଘଟଣା ସମ୍ପର୍କରେ ଜାଣିଥିଲେ କି ପ୍ରଫୁଲ୍ଲ ବିଶ୍ୱାଳ?

salepur1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ୍ ମର୍ଡରକୁ ନେଇ ଦିନକୁ ଦିନକୁ ମୋଡ଼ ବଦଳିବାରେ ଲାଗିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ। କିନ୍ତୁ ଭିନ୍ନ ଭିନ୍ନ ବୟାନବାଜୀ ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ନାଟକୀୟ ମୋଡ଼କୁ ନେଇଛି। ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ତାଙ୍କ ନାବାଳକ ପୁଅ ଦୁର୍ଘଟଣା ଆଡ଼କୁ ଇଙ୍ଗିତ କରୁଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ରମାକାନ୍ତ ବରାଳ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବେଳେ ସେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଏତକଲା ଦେଇଛନ୍ତି।

Advertisment

ପ୍ରଫୁଲ୍ଲଙ୍କ ପୁଅର କହିବା ଅନୁଯାୟୀ, ଏକାଧିକ ମାମଲା ଥିବାରୁ ତାଙ୍କ ବାପା ବହୁତ ଅଧିକ ମାନସିକ ରହୁଥିଲେ। ମୃତ୍ୟୁ ପୂର୍ବରୁ ଗତ ୫ ତାରିଖ ରାତି ୭ଟା ୯ ମିନିଟରେ ମୋବାଇଲରେ କଲ୍ କରି ବାପା ପ୍ରଫୁଲ୍ଲ କହିଥିଲେ ତାଙ୍କର ଯଦି ଦୁର୍ଘଟଣା ହୋଇଯାଏ କାହାକୁ ଦୋଷ ଦେବ ନାହିଁ। ଦୁର୍ଯୋଗକୁ ରାତି ପାହିଲା ବେଳକୁ କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ମିଳିଲା ପ୍ରଫୁଲ୍ଲଙ୍କ ମୃତଦେହ। ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ ପ୍ରଫୁଲ୍ଲ ଦୁର୍ଘଟଣା ହୋଇପାରେ ବୋଲି କାହିଁକି ଆଗୁଆ ଆଶଙ୍କା କରୁଥିଲେ। ଅବଶ୍ୟ ପୁଲିସ ବି କହିଥିଲା ପ୍ରଫୁଲ୍ଲଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ହୋଇଥାଇପାରେ।

ଅନ୍ୟପକ୍ଷରେ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଶଙ୍କା କରିବା ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଡ଼କୁ ଇଙ୍ଗିତ କରି ଥାନାରେ ଏତଲା ଦେଇଥିଲେ ମୃତ ବିଜେପି ନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ଏତଲା କପିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ମୃତ୍ୟୁ ପୂର୍ବଦିନ ଅର୍ଥାତ୍ ୫ ତାରିଖ ଅପରାହ୍ନ ୨ଟାରେ ରମାକାନ୍ତଙ୍କୁ ଫୋନ୍ କରି ମୋର ଓ ସାନଭାଇର ପିଲାମାନେ ତୁମକୁ ଲାଗିଲେ, ମନ୍ତ୍ରୀ ପ୍ରତାପ ଜେନା ଆମକୁ ଫସାଇଦେଲେ ବୋଲି।

Advertisment

ଏହି ଖବର ପ୍ରସାରିତ ହେବା ପରେ ଆଜି ପ୍ରଫୁଲ୍ଲଙ୍କ ପୁଅ ବାପାଙ୍କ ଫୋନକଲ୍ ଓ ଦୁର୍ଘଟଣା ଥିଓରୀକୁ ସାମ୍ନାକୁ ଆଣିଛନ୍ତି। ତେବେ ପ୍ରଫୁଲ୍ଲଙ୍କ ଆଶଙ୍କା ଏବଂ ଦୁର୍ଘଟଣା ଏକ ସଂଯୋଗ ଥିଲା? ନା ହତ୍ୟା ଷଡ଼ଯନ୍ତ୍ରକୁ ଲୁଚାଇବା ପାଇଁ କାହା ଚାପରେ ଦୁର୍ଘଟଣା ଥିଓରୀର କରାଯାଉଛି ଅବତାରଣା? ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ ବିଜେଡିକୁ ନିଶାନା କରିଛନ୍ତି ବିରୋଧୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe