Advertisment

ମାହାଙ୍ଗା ଡବଲ୍ ମର୍ଡର ଘଟଣା, ତୁରନ୍ତ ତଦନ୍ତ ଶେଷ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମଏଫସି କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ତୁରନ୍ତ ଶେଷ କରିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାହାଙ୍ଗା ପୁଲିସକୁ ସମ୍ପୂର୍ଣ୍ଣ କେଶ ଡାଏରୀ ଖୁବଶୀଘ୍ର ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଧିକାରୀ ତଥା ମାହାଙ୍ଗା IICଙ୍କୁ JMFC କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ମାହାଙ୍ଗା ପୁଲିସ […]

ମାହାଙ୍ଗା ଡବଲ୍ ମର୍ଡର ଘଟଣା, ତୁରନ୍ତ ତଦନ୍ତ ଶେଷ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

kulamanibaral

Advertisment

ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମଏଫସି କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ତୁରନ୍ତ ଶେଷ କରିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାହାଙ୍ଗା ପୁଲିସକୁ ସମ୍ପୂର୍ଣ୍ଣ କେଶ ଡାଏରୀ ଖୁବଶୀଘ୍ର ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଧିକାରୀ ତଥା ମାହାଙ୍ଗା IICଙ୍କୁ JMFC କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ତେବେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ମାହାଙ୍ଗା ପୁଲିସ ଯେଉଁ ଆବେଦନ କରିଥିଲା, ସେହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ନେଇ ସିଡିଆର୍ ମାମଲା ସମ୍ପର୍କରେ ପଚରାଉଚରା ପାଇଁ ଭିକାରୀ ସ୍ୱାଇଁ ଏବଂ କ୍ଷୀତିଶ ଆଚାର୍ଯ୍ୟଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିଲା। ଉଭୟ ଭିକାରୀ ସ୍ୱାଇଁ ଏବଂ କ୍ଷୀତିଶ ଆଚାଯର୍ୟ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତେବେ ମାମଲା ADJ କୋର୍ଟରେ ଥିବାରୁ ରିମାଣ୍ଡ ଆବେଦନକୁ JMFC ଖାରଜ କରିଦେଇଛନ୍ତି ବୋଲି କହିଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୪) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ୧୩ ନମ୍ୱରେ ଥିଲା ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଅଭିଯୁକ୍ତ ତାଲିକାରୁ ହଟାଇ ଦିଆଯାଇ ଚାର୍ଜସିଟ୍ କରିଥିଲେ ମାହାଙ୍ଗା ଥାନା ଆଇଆଇସି। ପୁଲିସର ଏହି ଅଧା ସତ ଥିଓରୀ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ। ସାଲେପୁର ଜେଏମ୍‌ଏଫ୍‌ସିରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ ରମାକାନ୍ତ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe