Advertisment

ଆଗ ପଟେ ତାଲା ଦେଇ ପଛପଟେ ଚାଲିଥିଲା ଲୁଗା ବ୍ୟବସାୟ!

କଟକ (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ରଜ ଓ ସାବିତ୍ରୀ। ଓଡ଼ିଆ ମାନଙ୍କର ଏହି ଦୁଇଟି ପର୍ବକୁ ଆଉ କେଇଟା ଦିନ ବାକି ଥିବା ବେଳେ ଏଥି ପାଇଁ ଲୁଚାଛପାରେ ଚାଲିଛି ଲୁଗା ବେପାର। ଆଗ ପଟରୁ ତାଲା ଦେଇ ପଛପଟେ ବ୍ୟବସାୟୀ ବେଧଡ଼କ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖବର ପାଇବା ପରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନୟାସଡ଼କ ଅଞ୍ଚଳରେ ଥିବା ଏକ ଲୁଗା ଶୋ’ରୁମ ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ […]

author-image
Ranjit Kumar Jena
ଆଗ ପଟେ ତାଲା ଦେଇ ପଛପଟେ ଚାଲିଥିଲା ଲୁଗା ବ୍ୟବସାୟ!

saree-shop

କଟକ (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ରଜ ଓ ସାବିତ୍ରୀ। ଓଡ଼ିଆ ମାନଙ୍କର ଏହି ଦୁଇଟି ପର୍ବକୁ ଆଉ କେଇଟା ଦିନ ବାକି ଥିବା ବେଳେ ଏଥି ପାଇଁ ଲୁଚାଛପାରେ ଚାଲିଛି ଲୁଗା ବେପାର। ଆଗ ପଟରୁ ତାଲା ଦେଇ ପଛପଟେ ବ୍ୟବସାୟୀ ବେଧଡ଼କ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା।

Advertisment

ଏ ନେଇ ଖବର ପାଇବା ପରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନୟାସଡ଼କ ଅଞ୍ଚଳରେ ଥିବା ଏକ ଲୁଗା ଶୋ’ରୁମ ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଗ୍ରାହକ ମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ସୋରୁମ ମାଲିକଙ୍କୁ ଲକଡାଉନ ନିୟମ ଉଲଘଂନ ଅଭିଯୋଗରେ ୩୦ହଜାର ଟଙ୍କା ଫାଇନ କରାଯିବା ସହ ତାଗିଦ୍ କରିଛି ସିଏମ୍ସିର ସ୍ୱତନ୍ତ୍ର ସ୍କ୍ୱାଡ୍।

ଏହା ପୂର୍ବରୁ ବୁଧବାର ଯାଜପୁର ରୋଡ୍‌ ନହକା ରାଇସ୍ ମିଲ୍ ପରିସରରେ ଥିବା ଏକ ଲୁଗା ଗୋଦାମକୁ ପୁଲିସ୍‌ ସିଲ୍ କରିଥିଲା। ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରି ଲୁଗା ଗୋଦାମ ଖୋଲିଥିବା ବେଳେ ପୁଲିସ୍ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଗୋଦାମ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ। ଏହା ଦେଖି ପୁଲିସ୍ ଓ ପୌର କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନରେ ଗୋଦାମରେ ଜମା ହୋଇଥିବା ସମସ୍ତ ଗ୍ରାହକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଥିଲା ପୁଲିସ୍‌।