/odisha-reporter/media/post_attachments/uploadimage/library/16_9/16_9_0/Cuttack_1680605938.jpg)
Cuttack
ବିଜେଡି ପତାକା ଧରିଲେ ପଞ୍ଚାୟତରେ ଉନ୍ନୟନ କାମ ହେବ। ନହେଲେ ପଞ୍ଚାୟତରେ କୌଣସି କାମ ହେବ ନାହିଁ। ଜଣେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଏମିତି ଅଭିଯୋଗ ଆସିଛି। ଆଉ ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ବଡ଼ମ୍ୱା ବ୍ଲକ କଙ୍କଡ଼ାଯୋଡ଼ି ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ମେମ୍ବର ଓ ସେମାନଙ୍କର ସାଥୀମାନେ।
ନାୟବ ସରପଞ୍ଚ ହରେକୃଷ୍ଣ ସାହୁ କହିଛନ୍ତି, କଙ୍କଡ଼ାଯୋଡ଼ି ପଞ୍ଚାୟତରେ କୌଣସି ଉନ୍ନୟନ କାମ ହେଉନାହିଁ। ବ୍ଲକର କନିଷ୍ଠ ଯନ୍ତ୍ରୀ ସବିତା ମଞ୍ଜରୀ ଧଳ ଆମକୁ ନାନା ହଇରାଣ ହରକତ କରୁଛନ୍ତି। ବିଜେଡି ପତାକା ଧରିଲେ ପଞ୍ଚାୟତରେ ଉନ୍ନୟମ ମୂଳକ କାର୍ଯ୍ୟ ହେବ ବୋଲି କହୁଛନ୍ତି। ଆମ ଟିକସରେ ଯିଏ ଦରମା ପାଉଛନ୍ତି, ସିଏ ଆମକୁ କହୁଛନ୍ତି ବିଜେଡି ପତାକା ଧରି କାର୍ଯ୍ୟକ୍ରମ କରିବାକୁ। ଯନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ପଞ୍ଚାୟତ ତରଫରୁ ଆମେ ଘୋର ନିନ୍ଦା କରୁଛୁ। ତାଙ୍କୁ ତୁରନ୍ତ ବଦଳି କରିବାକୁ ଆମେ ଦାବି କରୁଛୁ ବୋଲି ଶ୍ରୀ ସାହୁ କହିଛନ୍ତି।
ସୂଚନାରୁ ପ୍ରକାଶ, ପଞ୍ଚାୟତ ନିର୍ବାଚନ ପରଠାରୁ କଙ୍କଡ଼ାଯୋଡ଼ି ପଞ୍ଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ। ଯାହାଫଳରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଜନପ୍ରତିନିଧିମାନେ ଲୋକଙ୍କ ରୋଷରେ ଶିକାର ହେଉଛନ୍ତି। କନିଷ୍ଠ ଯନ୍ତ୍ରୀ ସବିତା ମଞ୍ଜୁରୀ ଧଳ ଯେବେଠାରୁ ଆସିଛନ୍ତି, ସେବେଠାରୁ ପଞ୍ଚାୟତରେ କୌଣସି କାମ ହୋଇପାରୁ ନାହିଁ। ଏନେଇ ଯନ୍ତ୍ରୀଙ୍କୁ ପଚାରିଲେ ବିଜେଡିରେ ମିଶି ଯିବାକୁ କହୁଥିବା ଅଭିଯୋଗ ହୋଇଛି।
କଙ୍କଡାଯୋଡି ପଞ୍ଚାୟତର ସରପଞ୍ଚ ସୀତା ଦାସ କହିଛନ୍ତି, “କନିଷ୍ଠ ଯନ୍ତ୍ରୀ ସବିତା ମଞ୍ଜରୀ ଧଳ ଆମକୁ ପଞ୍ଚାୟତରେ କାମ କରାଇ ଦେଉନାହାନ୍ତି। ସେ ସ୍ଥାନୀୟ ବିଧାୟକ ଓ ବ୍ଲକ ଚେୟାରମ୍ୟାନ୍ଙ୍କ କଥାରେ ପଡ଼ି ଆମ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାମ କରୁନାହାନ୍ତି। ଯେଉଁଥିପାଇଁ ଆମ ପଞ୍ଚାୟତରେ କାମ ହେଉନାହିଁ। ଏନେଇ ପଞ୍ଚାୟତବାସୀ ପଚାରିଲେ ମୁଁ ସେମାନଙ୍କୁ କିଛି ଉତ୍ତର ଦେଇପାରୁ ନାହିଁ ବୋଲି ଶ୍ରୀମତୀ ଦାସ କହିଛନ୍ତି।
କନିଷ୍ଠ ଯନ୍ତ୍ରୀଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ପଞ୍ଚାୟତର ଶତାଧିକ ଲୋକ ଆଜି ବଡ଼ମ୍ୱା ବ୍ଲକ ଅଫିସ୍ ଆଗରେ ଧାରଣା ବସିଥିଲେ। ଗାଁ ଲୋକଙ୍କ ସହିତ ଧାରଣାରେ ସରପଞ୍ଚ, ନାୟବ ସରପଞ୍ଚ ଓ ସବୁ ୱାର୍ଡମେମ୍ୱରମାନେ ସାମିଲ୍ ହୋଇଥିଲେ। ବଡମ୍ୱା ବିଡିଓ ରମେଶ ଜେନା ଧାରଣାରେ ବସିଥିବା ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ସହିତ ଆଲୋଚନା କରିଥିଲେ। ୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।
ବଡମ୍ୱା ବିଡିଓ ରମେଶ ଜେନା କହିଛନ୍ତି, ପାର୍ଟି ଲାଇନ୍ରେ ଜଣେ ସରକାରୀ କର୍ମଚାରୀ ଏମିତି ଷ୍ଟେଟ୍ମେଣ୍ଟ ଦେଇପାରିବେ ନାହିଁ। ଗାଁ ଲୋକଙ୍କ ଅଭିଯୋଗକୁ ଗୁରୁତର ସହ ନେଇଛୁ। ଯଦି ଅଭିଯୋଗର ସତ୍ୟତା ଥାଏ, ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
